ବୁଦ୍ଧଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୫ତମ ସାମ୍ବତ୍ସରିକ ଉତ୍ସବ ପାଳନ
ବୁଦ୍ଧଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୫ତମ ସାମ୍ବତ୍ସରିକ ଉତ୍ସବ ପାଳନ।
ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ମଝିପଡ଼ା ପଞ୍ଚାୟତ ଅଧିନସ୍ଥ ଉଦୟଗିରୀ ଠାରେ ବୁଦ୍ଧଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୫ତମ ସାମ୍ବତ୍ସରିକ ଉତ୍ସବ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବଡ଼ଚଣା ବିଧାୟକ ଅମର କୁମାର ନାୟକ ଯୋଗଦେଇ ଥିଲେ ସମ୍ମାନିତ ଅତିଥି ଭାବେ ପ୍ରତିଷ୍ଠିତ ନଟବର ପରିଡ଼ା,ବିପିନ ବିହାରୀ ଦକ୍ଷିଣରାୟ,ଶିକ୍ଷାବିତ ଡ଼ଃ ଭାଗ୍ୟଧର ସାହୁ,ଅବସରପ୍ରାପ୍ତ ଅଧ୍ୟାପକ ସରୋଜ ନାୟକ ଅତିଥି ଭାବେ ଯୋଗଦେଇ ଥିଲେ ବିଦ୍ୟାଳୟ ପକ୍ଷରୁ ଅତିଥି ମାନଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା,ମୁଖ୍ୟ ଅତିଥି ପ୍ରଭୁ ଜଗନ୍ନାଥଙ୍କ ଫୋଟ ଛବି ଓ ବୁଦ୍ଧ ଦେବଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଦେବା ସହ ପ୍ରଦୀପ ପ୍ରଜ୍ୱଳନ କରିଥିଲେ,ଏହାପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା,ଶିକ୍ଷା ଅନୁଷ୍ଠାନ ପକ୍ଷରୁ ଅତିଥି ମାନଙ୍କୁ ସାଂସ୍କୃତିକ ନୃତ୍ୟ ମାଧ୍ୟମରେ ସ୍ଵାଗତ ଜଣାଇବା ସହ,ଜାତୀୟ ସଙ୍ଗୀତ ଗାନ କରି ଅତିଥି ପରିଚୟ ପ୍ରଦାନ କରାଯାଇଥିଲା,ଶିକ୍ଷା ଅନୁଷ୍ଠାନର ବିକାଶ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଦିଗରେ ଅତିଥି ମାନେ ନିଜର ଅଭିଭାଷଣ ରଖିଥିଲେ।
