ଉଦୀୟମାନ ପରିବାର ପକ୍ଷରୁ ଭୂମିପୁତ୍ର ବିଜୁପଟ୍ଟନାୟକ ଙ୍କ ୧୧୦ତମ ଜୟନ୍ତୀ ପାଳନ

ବଡ଼ଚଣା : ମହିଳା ସଶକ୍ତିକରଣ ର ଆଦ୍ୟ ବିନ୍ଧାଣି,ନବ ଉତ୍କଳ ର ନିର୍ମାତା, ମାଟିର ମୂର୍ତ୍ତିକାର,ଝଡର ଇଗଲ, କଳିଙ୍ଗ ବିର,ଇଣ୍ଡୋନେସିଆ ର ଭୂମିପୁତ୍ର ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ୧୧୦ ତମ ଜୟନ୍ତୀ ଉଦୀୟମାନ ପରିବାର ପକ୍ଷରୁ ପାଳିତ ହୋଇଛି । ପ୍ରତିବର୍ଷ ଠିକ ଆଜିର ଦିନରେ ପ୍ରଭାତରୁ ସ୍ବେଚ୍ଛାସେବୀ ମାନେ ଚଣ୍ଡିଖୋଲ ଛକକୁ ଆସି ବଜାର ମଧ୍ୟରେ ଥିବା ପ୍ରବାଦ ପୁରୁଷଙ୍କ ଅବୟବ ମୂର୍ତ୍ତି ଓ ବିଜୁ କଲ୍ୟାଣ ମଣ୍ଡପ ଠାରେ ସ୍ଥାପିତ ଭୂମି ପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣ କରିଥାଆନ୍ତି । ଉଦୀୟମାନ ପରିବାର ଉପସଭାପତି ପ୍ରକାଶ କୁମାର ନାୟକ,ସଂପାଦକ କାର୍ତ୍ତିକ ଚନ୍ଦ୍ର ଜେନା, କୋଷାଧ୍ୟକ୍ଷ ମଦନମୋହନ ପରମାଣିକ, ପରିଚାଳନା ସଂପାଦକ ସୁଶାନ୍ତ କୁମାର ଜେନା, ସ୍ବେଚ୍ଛାସେବୀ ଅନିଲ କୁମାର ଦାସ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ଉଦୀୟମାନ ପାଠାଗାର ଠାରେ ସଭାପତି ଅବିନାଶ ଜେନାଙ୍କ ପୈାରହୀତରେ ଏକ କ୍ଷୁଦ୍ର ସଭାର ଆୟଜନ କରି ବିଜୁବାବୁଙ୍କ ଜୀବନ ଗାଥା ଉପରେ ଆଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *