ଦକ୍ଷିଣ ଭାରତ ସମ୍ପ୍ରଦାୟର ନିଆଁରା ପରମ୍ପରା ଉଗାଡି ପର୍ବ
ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ଶ୍ରୀବନ୍ତପୁର ପଞ୍ଚାୟତର ଯୋକଡ଼ିଆ ଗ୍ରାମରେ ମା ମୁଥୁଳାମ୍ମା ଙ୍କ ଉଗାଡି ପୂଜା ମହା ଆଡମ୍ବର ରେ ଚଳିତ ବର୍ଷ ପାଳିତ ହୋଇଯାଇଛି l ଏହି ଅବସରରେ ଗ୍ରାମରେ ମା ଙ୍କର କଳସ ଶୋଭାଯାତ୍ରା ଦେଖି ବାକୁ ମିଳିଥିଲା l ସୁଦୂର ଆନ୍ଧ୍ର ରୁ ମା ଙ୍କ ସାଜ ସଜା ହୋଇଥିଲା l

ବାଦ୍ୟ ନୂତ୍ୟ ର ତାଳେ ତାଳେ ମା ଙ୍କ କଳସ ଜଳାଭିଷେକ ନିମନ୍ତେ ଖରସ୍ରୋତା ନଦୀ ରୁ ଜଳ ଲାଗି ହୋଇଥିଲା l ମା ଙ୍କ ମହିମା ରେ ଅଞ୍ଚଳ ମଧ୍ୟ ରୁ ଓ ଅଞ୍ଚଳ ବାହାରୁ ହଜାର ହଜାର ଦର୍ଶକ ଙ୍କ ଭିଡ଼ ଦେଖିବାକୁ ମିଳିଥିଲା
