ଅଖିଳ ଭାରତୀୟ ସମ୍ମିଳନୀରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ରାଷ୍ଟ୍ରଗଠନ, ଜାତୀୟତାବାଦ , ବିକଶିତ ଭାରତ ଗଠନରେ ଶ୍ରମିକଙ୍କ ଯୋଗଦାନ ଓ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।କେନ୍ଦ୍ର ସରକାର ନୂତନ ଭାବେ ଲାଗୁ କରିଥିବା ଜାତୀୟ ଶିକ୍ଷା ନୀତିରେ ମଧ୍ୟ ଶ୍ରମିକଙ୍କ ସ୍ବାର୍ଥ,କଲ୍ୟାଣ ,ଅଧିକାର ପାଇଁ ବ୍ୟବସ୍ଥା କରାଯାଇଛି। AIର ପ୍ରଣୟନ,ସୂଚନା ଓ ପ୍ରଯୁକ୍ତି ବିଜ୍ଞାନର ଦୃତ ଅଭିବୃଦ୍ଧି ,ବୈଷୟିକ ଜ୍ଞାନ କୌଶଳର ବିକାଶ ,ଡିଜିଟାଇଜେସନ ଯୁଗରେ ମଧ୍ୟ ଭାରତର ଶ୍ରମିକ ନିଜକୁ ସମୟ ଅନୁଯାୟୀ ପ୍ରସ୍ତୁତ କରିଛନ୍ତି ବୋଲି ସେ କହିଛନ୍ତି। ଭାରତର ୫୦ କୋଟି ଲୋକ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି। ଶ୍ରମିକଙ୍କ ସ୍ବାର୍ଥ,କଲ୍ୟାଣ ,ସାମାଜିକ ସୁରକ୍ଷା ପାଇଁ ଏଭଳି ଜାତୀୟ ସମ୍ମିଳନୀ ବେଶ୍ ସହାୟକ ହେବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି। ପୁରୀ ବଗଲା ଧର୍ମଶାଳାରେ ଆୟୋଜିତ ଭାରତୀୟ ମଜଦୂର ସଂଘର ୨୧ ତମ ଅଖିଳ ଭାରତୀୟ ସମ୍ମିଳନୀର ଯୋଗ ଦେଇ ସେ ଏହା କହିଛନ୍ତି। ଅଣକୁଶଳୀ ,କୁଶଳୀ ଶ୍ରମିକଙ୍କୁ ବୈଷୟିକ ଅଭିବୃଦ୍ଧି ସହ ଆହୁରି କୁଶଳୀ ହେବାକୁ ପଡ଼ିବ ବୋଲି ସମ୍ମିଳନୀରେ ଆଲୋଚନା କରାଯାଇଛି। ।ଏହି ସମ୍ମିଳନୀରେ ଭାରତର ୨୮ ଟି ରାଜ୍ୟ ,୪ ଟି କେନ୍ଦ୍ର ଶାସିତ ଅଞ୍ଚଳ ,୪୨ ଟି ଶିଳ୍ପ ଫେଡେରେସନର ପ୍ରତିନିଧିତ୍ଵ କରୁଥିବା ସମଗ୍ର ଭାରତରୁ ୨୫୦୦ ପ୍ରତିନିଧି ଯୋଗ ଦେଇଛନ୍ତି।
