କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡଃ ସୁବାସ ସରକାରଙ୍କ ପୁରୀ ଗସ୍ତ

ପୁରୀ,୨୭/୦୪- କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡଃ ସୁବାସ ସରକାର ଆଜି ପୁରୀ ଆସି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରି ଭୁବେନେଶ୍ୱର ଫେରି ଯାଇଛନ୍ତି । ଶ୍ରୀ ସରକାର ସୁରକ୍ଷା ବଳୟ ମଧ୍ୟରେ ଶ୍ରୀମନ୍ଦିର ନିକଟରେ ପହଂଚିବା ପରେ ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ମାନେ ତାଙ୍କୁ ଶ୍ରୀମନ୍ଦିରକୁ ପାଛୋଟି ନେଇଥିଲେ । ଭିତର କାଠ ନିକଟରୁ ମନ୍ତ୍ରୀ ରତ୍ନ ସିଂହାସନ ଉପରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ । ପରେ ସେ ବେଢା ପରିକ୍ରମା କରିବା ସହ ବିମଳା ଓ ମହାଲକ୍ଷ୍ମୀ ମନ୍ଦିରକୁ ଯାଇ ଦର୍ଶନ କରିଥିଲେ । ଶ୍ରୀମନ୍ଦିରରେ ମନ୍ତ୍ରୀ ପ୍ରାୟ ଅଧଘଣ୍ଟା ଅତିବାହିତ କରିବା ପରେ ବାହାରକୁ ଆସି କଡା ସୁରକ୍ଷା ମଧ୍ୟରେ ପୁନର୍ବାର ଭୁବେନେଶ୍ୱର ଫେରି ଯାଇଥିଲେ ।

Leave a Reply

Your email address will not be published. Required fields are marked *