ଆମ ବ୍ୟଙ୍ଗ ପସରା ର ଉନ୍ମୋଚନ ଓ ସାରଦିଆ ସମ୍ମାନ।

ବ୍ରହ୍ମପୁର “ଆମ ବ୍ୟଙ୍ଗ ପସରା” ର ସାରସ୍ବତ ସମାରୋହ ଓ “ଆମ ବ୍ୟଙ୍ଗ ପସରା” ର ସାରଦିଆ( ସାରଦୀୟ) ସଂଖ୍ୟା ଉନ୍ମୋଚନ ଆନସାର ଏକାଡେମୀର ସଭାଗୃହରେ ପୂର୍ବାହ୍ନ ୧୦ ଘଟିକାରେ ଅନୁଷ୍ଠିତ ହେଉଯାଇଛି। ଉକ୍ତ ସଭାରେ ସଭାପତି ଡକ୍ଟର ଲକ୍ଷ୍ମୀ ନାରାୟଣ ଦାଶ,ମୁଖ୍ୟ ଅତିଥି ବିଶିଷ୍ଟ ସମାଲୋଚକ ଡକ୍ଟର ସୁରେନ୍ଦ୍ରନାଥ ପାଣିଗ୍ରାହୀ, ମୁଖ୍ୟ ବକ୍ତା, ପ୍ରାକ୍ତନ ଓଡ଼ିଆ ପ୍ରଧ୍ୟାପକ ଡକ୍ଟର ରମେଶ ଚନ୍ଦ୍ର ପ୍ରଧାନ, ସମ୍ବର୍ଦ୍ଧିତ ପ୍ରତିଭା ଶ୍ରୀଯୁକ୍ତ ସତ୍ୟାନାଶ, ଭୁବନେଶ୍ବର ଓ ଡଃ ବିଦୁପ୍ରଭା ରଥ,ବ୍ରହ୍ମପୁର ଆମ ବ୍ୟଙ୍ଗ ପସରା ର ସମ୍ପାଦକ ଶ୍ରୀମତୀ ବାସନ୍ତୀ ମିଶ୍ର ମଞ୍ଚସୀନ ହୋଇଥିଲେ। ଆମ ବ୍ୟଙ୍ଗ ପସରା ପତ୍ରିକା ଓ ଶ୍ରୀ ମତୀ ବସନ୍ତ ମିଶ୍ର ଙ୍କ ଗଳ୍ପ ପୁସ୍ତକ ଗପଟିଏ ସେ ତ ହୀରାଟିଏ ଅତିଥି ମାନଙ୍କ ହସ୍ତରେ ଉନ୍ମୋଚନ ହୋଇଥିଲା।ବଚ୍ଛା ଦାସଙ୍କ କଳସା ତଉତିଶା ଠାରୁ ଆରମ୍ଭ କରି ବିଭିନ୍ନ ସମୟରେ ବ୍ୟଙ୍ଗ ରଚନା କରାଯାଇଅଛି।ଡଗର ପତ୍ରିକା ଠାରୁ ବ୍ୟଙ୍ଗବାଣୀ ପର୍ଯ୍ୟନ୍ତ ପତ୍ରିକା ର କଥା ଅତିଥି ମାନେ ନିଜ ନିଜର ଅଭିଭାଷଣ ରେ ଉପସ୍ଥାପନା କରିଥିଲେ। ଶ୍ରୀ ମତୀ ଗାୟତ୍ରୀ ପାଣିଗ୍ରାହୀ ଉନ୍ମୋଚିତ ପୁସ୍ତକକୁ ସମୀକ୍ଷା କରିଥିଲେ। ଆମ ବ୍ୟଙ୍ଗ ପସରା ସାରଦିଆ ସମ୍ମାନ ୨୦୨୬ ପାଇଁ ଶ୍ରୀଯୁକ୍ତ ସତ୍ୟାନାଶ ଓ ଡକ୍ଟର ବିଧୁପ୍ରଭା ରଥ ଙ୍କ ପ୍ରଦାନ କରାଯାଇଥିଲା।ପ୍ରଥମ ପର୍ଯ୍ୟାୟରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା ଏଥିରେ ସଭାପତି ଭାବେ ଡକ୍ଟର ଲକ୍ଷ୍ମୀ ନାରାୟଣ ଦାଶ, ମୁଖ୍ୟ ଅତିଥି ଆନସର ଏକାଡେମୀ ର ନିର୍ଦେଶକ ମିହିର କାନ୍ତ ଶତପଥୀ ମଞ୍ଚସୀନ ଥିଲେ।ଉକ୍ତ ଆସରରେ ବିଭିନ୍ନ ସ୍ଥାନରୁ ବହୁ କବି ଆସି କବିତା ପଠନ କରିଥିଲେ। ପରିଶେଷରେ ବିଜୟ ଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।ଇତି। ଆପଣଙ୍କର ବିନୟାବନତଡଃ ଲକ୍ଷ୍ମୀନାରାୟଣ ଦାଶ ସଭାପତି ଶ୍ରୀମତୀ ବସନ୍ତ ମିଶ୍ର ସମ୍ପାଦିକା l

Leave a Reply

Your email address will not be published. Required fields are marked *