ଅଲିମ୍ପିକ୍ସରେ ଭାଗ ନେଉଥିବା କ୍ରୀଡାବିତମାନଙ୍କୁ ଉତ୍ସାହିତ କରିବା ପାଇଁ “ଉର୍ଜାବାନ ଓଡିଶା”ତରଫରୁ ସାଇକେଲ ଶୋଭାଯାତ୍ରା।
ପୁରୀ :୩୦/୭- ଜାପାନର ରାଜଧାନୀ ଟୋକିଓ ଠାରେ ଅନୁଷ୍ଠିତ ଅଲିମ୍ପିକ୍ସରେ ଭାଗନେଉଥିବା ଭାରତୀୟ କ୍ରୀଡାବିତଙ୍କୁ ଉତ୍ସାହିତ କରିବା ପାଇଁ ଆଜି “ଉର୍ଜାବାନ ଓଡିଶା” ତରଫରୁ ଶ୍ରୀମନ୍ଦିର ଠାରୁ ଗୁଣ୍ଡିଚା ମନ୍ଦିର ଯାଏଁ ଏକ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । କରୋନା ମହାମାରୀ ଯୋଗୁଁ ଗତ ବର୍ଷ ସ୍ଥଗିତ ଥିବା ଏହି କ୍ରୀଡା ମହାକୁମ୍ଭରେ ଏ ବର୍ଷ ଭାରତୀୟ କ୍ରୀଡାବିତଙ୍କ ସଫଳତା ଦେଶ ପାଇଁ ସ୍ଵର୍ଣ୍ଣିମ ମୁହୂର୍ତ୍ତ ଆଣିବା ସହ ଜନସାଧାରଣଙ୍କୁ ଏଥିପାଇଁ ଉତ୍ସାହିତ କରିବା ମୁଖ୍ୟ ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟର ଛାତ୍ରୀ ତଥା ନିହାରିକା ତ୍ରିପାଠୀ, ଯୁବ ସମାଜସେବୀ ସନ୍ତୋଷ ସେନାପତି,ସୀତାରାମ ସେନାପତି, ଦେବେନ୍ଦ୍ର ସୁବୁଦ୍ଧି, ଆଦର୍ଶ ମିଶ୍ର, ଗୌତମ ସାହୁ, ମନୋଜ ପାତ୍ର, ଆଦିତ୍ୟ ନାରାୟଣ ବାରିକ, ଅଜୟ ପ୍ରଧାନ, ଶୁଭେନ୍ଦୁ ପରିଡା, ଜଗନ୍ନାଥ ପଣ୍ଡା, ସୁପ୍ରୟା ମହାପାତ୍ର, ଫିଜା ମହାନ୍ତି, ଜଗନ୍ନାଥ ଷଡ଼ଙ୍ଗୀ, ଦୀପକ ସ୍ୱାଇଁ, ସତ୍ୟପ୍ରିୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
