ଉତ୍କଳ ବିଦ୍ୟୁତ୍ ପରିଷଦ ପକ୍ଷରୁ ରାସନ ସାମଗ୍ରୀ ସହାୟତା

ପୁରୀ ଅଫିସ : କରୋନା ମହାମାରୀକୁ ରୋକିବା ପାଇଁ ପୁରା ରାଜ୍ୟରେ ଲକଡ଼ାଉନ ଓ ସଟଡ଼ାଉନ ଜାରି ହୋଇଛି । ଏଥି ମଧ୍ୟରେ ବହୁ ଲୋକେ ନିଜ ରୋଜଗାର ହରାଇଛନ୍ତି । ମହାମାରୀ ପାଇଁ ଧନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ କରୋନା ଛଡ଼େଇ ନେଇଛି ପୂଜକମାନଙ୍କର ବେଉସା । ମନ୍ଦିର ଓ ଧାର୍ମିକ ଅନୁଷ୍ଠାନ ବନ୍ଦ ହେବା ଯୋଗୁଁ ବ୍ରାହ୍ମଣ ଓ ପୂଜକମାନେ ପରିବାର ଭରଣ ପୋଷଣ ପାଇଁ ଦୁଃଖ ଦୁର୍ଦ୍ଦଶାରେ ଜୀବନ ବିତାଉଛନ୍ତି । ସେମାନଙ୍କୁ ସାହାର୍ଯ୍ୟ ପାଇଁ ଉତ୍କଳ ବିଦ୍ୟୁତ୍ ପରିଷଦ ପକ୍ଷରୁ ୨୫ଜଣ ବ୍ରାହ୍ମଣଙ୍କୁ ରାସନ ସାମଗ୍ରୀ ପ୍ରଦାନ କରାଯାଇଛି । ପୁରୀ ମେଡ଼ିକାଲ ଛକ ନିକଟସ୍ଥ ମାଳି ଜାଗା ପରିସରରେ ଏହି ରାସନ ସାମଗ୍ରୀ ସହାୟତା ପ୍ରଦାନ କରାଯାଇଛି । ଚାଉଳ, ଡ଼ାଲି,ଅଟା, ତେଲ, ଚିନି,ଓ ଅନ୍ୟନ୍ୟ ସାମଗ୍ରୀ ପାଇବା ପରେ ବ୍ରାହ୍ମଣମାନେ ଉତ୍କଳ ବିଦ୍ୟୁତ୍ ପରିଷଦର ସଭାପତି ଓ ସମ୍ପାଦକ ସମତେ ସଦସ୍ୟମାନଙ୍କର ଉନ୍ନତି କାମନା ସହ ଆଶୀର୍ବାଦ କରିଥିଲେ । ଉତ୍କଳ ବିଦ୍ୟୁତ୍ ପରିଷଦର ଅଧ୍ୟକ୍ଷ ମନୋଜ ରଥଙ୍କ ସମେତ ଅନୁଷ୍ଠାନର ସଦସ୍ୟମାନେ ଉପସ୍ଥିତ ରହି ବ୍ରାହ୍ମଣ ମାନଙ୍କୁ ସହାୟତା ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *