କାଠ ଚଉପଟରେ ଲାଗିଛନ୍ତି ବିଶ୍ୱକର୍ମା
ପୁରୀ ଅଫିସ : ରଥଖଳାରେ ଚକ କାମ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଛିଛି । ୪୨ଟି ଚକରୁ ୩୭ଟି ଚକ କାମ ଶେଷ ହୋଇଛି । ୫ଟି ଚକ ପାଇଁ ତୁମ୍ବରେ ଅର ଏବଂ ପହି ସଂଯୋଗ କରାଯାଉଛି । ତିନି ରଥର ୨ଟି ଲେଖାଏଁ ଚାରି ନାହାକା ନିର୍ମାଣ ସରିଛି । ଆଉ ୬ଟି ନାହାକା ପାଇଁ ମଙ୍ଗଳବାର କାଠ ଚଉପଟ କରାଯାଉଛି । ତିନୋଟି ଗରଗରା ନିର୍ମାଣ ଶେଷ ହୋଇଥିବା ବେଳେ ଦଣ୍ଡା ନିର୍ମାଣ ପାଇଁ ମୁଖ୍ୟ ମହରଣା ଲାଗିପଡ଼ିଛନ୍ତି । ଏଥିପାଇଁ ୯ଟି ଲେଖାଏଁ ଚଉପଟ ଆରମ୍ଭ ହୋଇଛି । ରୁପକାର ସେବକମାନେ ସାଲଗୁଜ ଏବଂ କୋଣଗୁଜରେ ସିଂହ ବିରାଳ ଖୋଦେଇ କରୁଛନ୍ତି । ଅସ୍ଥାୟୀ କମାର ଶାଳରେ ଓଝା ସେବକମାନେ ଦଣ୍ଡା ବିଡ଼ିଆ କଂଟା ଓ ଆଗ ପାତେଳି କଂଟା ପ୍ରସ୍ତୁତ କରୁଛନ୍ତି । ମହରଣା, ଭୋଇ, ରୁପକାର, କମାର, କରତି, ତୁମ୍ବ ବିନ୍ଧ କାରିଗର ଜଣେ ପହି ମହାରଣା ସେବକମାନଙ୍କ ସମେତ ଜଣେ ରଥଖଳା ସହାୟକ ଥିବା ଜଣାପଡ଼ିଛି ।
