ଉତ୍କଳ ସାମ୍ବାଦିକ ସଂଘ ଯାଜପୁର ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ

ଉତ୍କଳ ସାମ୍ବାଦିକ ସଂଘ ଯାଜପୁର ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ

ଯାଜପୁର ସହରର ଗୌତମ ବୁଦ୍ଧ ସଂସ୍କୃତି ଭବନରେ ଉତ୍କଳ ସାମ୍ବାଦିକ ସଂଘ ଯାଜପୁର ଜିଲ୍ଲା ଶାଖାର ବାର୍ଷିକୋତ୍ସବ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ସମବାୟ ମନ୍ତ୍ରୀ ଡ. ପ୍ରଦୀପ ବଳସାମନ୍ତ ଯୋଗଦେଇ ଗଣମାଧ୍ୟମର ଗୁରୁତ୍ବପୂର୍ଣ୍ଣ ଭୂମିକା ଓ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କର ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା କରିଥିଲେ l ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ କରିବା ଦିଗରେ ସରକାର ପଦକ୍ଷେପ ନେବେ ବୋଲି ଉତ୍କଳ ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବରେ ସମବାୟ ମନ୍ତ୍ରୀ ଡ. ପ୍ରଦୀପ ବଳସାମନ୍ତ ପ୍ରକାଶ କରିଛନ୍ତି l ସରକାର ଓ ପ୍ରଶାସନର ଦୋଷଦୁର୍ବଳତାକୁ ଲୋକଲୋଚନକୁ ଆଣି ଏହାର ସମାଧାନ ଦିଗରେ ଗଣମାଧ୍ୟମ ପ୍ରମୂଖ ଭୂମିକା ଗ୍ରହଣ କରିବା ଦରକାର ବୋଲି ସେ କହିଥିଲେ ।


ସାମ୍ବାଦିକଙ୍କ ସମସ୍ୟା ପ୍ରତି ସରକାର ଯତ୍ନବାନ ଅଛନ୍ତି, ସଂଘର ରାଜ୍ୟ ସଭାପତି ରୋଟାରିଆନ ବିଭୂତି ଭୂଷଣ କର ଏଥିରେ ଅଧ୍ୟକ୍ଷତା କରି ସାମ୍ବାଦିକଙ୍କ ସମସ୍ୟା ସମାଧାନ ଦିଗରେ ସରକାର ତୁରନ୍ତ ପଦକ୍ଷେପ ନନେଲେ ଆନ୍ଦୋଳନ କରାଯିବ ବୋଲି କହିଥିଲେ । ସାଂସଦ ରବୀନ୍ଦ୍ର ନାରାୟଣ ବେହେରା, ବରିଷ୍ଠ ବିଜେପି ନେତା ଗୌତମ ରାୟ, ବ୍ୟାସନଗର ପୌରାଧ୍ୟକ୍ଷ ସୁବାସ ଚନ୍ଦ୍ର ବଳ ଅନ୍ୟତମ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ବରିଷ୍ଠ ସାମ୍ବାଦିକ ବିରୂପାକ୍ଷ ତ୍ରିପାଠୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ସାମ୍ବାଦିକଙ୍କ ଉପସ୍ଥିତି ଯୋଗୁଁ ସରକାର ଓ ପ୍ରଶାସନର ଭୟ ରହିଥିବାରୁ ସାଧାରଣ ଲୋକ ଉପକୃତ ହେଉଛନ୍ତି ବୋଲି କହିଥିଲେ । ସମ୍ବାଦ ପରିବେଷଣ କରିବା ବେଳେ ସମାଜ ଉପରେ ତାହାର କିଭଳି ପ୍ରଭାବ ପଡ଼ୁଛି, ତାହା ଉପରେ ଅନୁସନ୍ଧାନ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ | ଏହି ଅବସରରେ ଯାଜପୁର ଜିଲ୍ଲାର ବହୁ ପ୍ରତିଭାଙ୍କୁ ସମ୍ବଦ୍ଧିତ କରାଯାଇଥିଲା |

ଯାଜପୁର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live

Leave a Reply

Your email address will not be published. Required fields are marked *