ତିନଟି ବ୍ଲକରେ କୃଷି ଅଧିକାରିଙ୍କ ପଦବି ଖାଲି


କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର,ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଲକରେ ଥିବା କୃଷି କାର୍ଯ୍ୟାଳୟ ସମସ୍ୟା ମଧ୍ୟରେ ରହିଚି।ତିନି ବର୍ଷ ହେଲାଣି କୃଷି ଅଧିକାରୀଙ୍କ ପଦବି ଖାଲି ପଡିଥିବାରୁ ଚାଷୀକୂଳ ଏବେ ଚିନ୍ତାରେ ପଡିଛନ୍ତି।ଖାଲି ସେତିକି ନୁହଁ ଅତିରିକ୍ତ କୃଷି ଅଧିକାରି ମଧ୍ୟ ଏହି ତିନଟି ବ୍ଲକରେ ନାହାନ୍ତି।ଲକ୍ଷ୍ମୀପୁର ବ୍ଲକରେ ଦୁଇଟି ଅତିରିକ୍ତ କୃଷି ଅଧିକାରିଙ୍କ ଯାଗାରେ ଜଣେ ଅଛନ୍ତି।କାକିରିଗୁମା ଅଧିକାରି ଲକ୍ଷ୍ମୀପୁର ବ୍ଲକ ସମେତେ ବନ୍ଧୁଗାଁ ଦାଇତ୍ଵ ତୁଲାଉଛନ୍ତି।ଜଣେ ଦୁଇଟି ଦାଇତ୍ଵରେ ଥିବାରୁ ଲକ୍ଷ୍ମୀପୁର ଓ ବନ୍ଧୁଗାଁ କୃଷି କାର୍ଯ୍ୟାଳୟ ଅଧିକାଂସ ସମୟ ବନ୍ଦ ରହୁଚି।ଏଥିସହ ନାରାୟଣପାଟଣାରେ ମଧ୍ୟ ସେଇ ସମାନ ଦସା ଦେଖିବାକୁ ମିଳିଛି।ବ୍ଲକରେ ଥିବା ଜିଲ୍ଲା କୃଷି ଅଧିକାରିଙ୍କ ପଦବି ତିନି ମାସ ହେଲାଣି ଖାଲି ପଡିଥିବା ବେଳେ କୃଷି ଅଧିଜାରି ଓ ଅତିରିକ୍ତ କୃଷି ଅଧିକାରି କିଏ ଲୋକେ ଜାଣି ନାହାନ୍ତି।ବନ୍ଧୁଗାଁରେ ଦସ ବର୍ଷ ହେଲାଣି ଅତିରିକ୍ତ କୃଷି ଅଧିକାରି ପଦବି ଖାଲି ପଡିଥିବା ବେଳେ ନାରାୟଣପାଟଣାରେ ମଧ୍ୟ ଅନେକ ବର୍ଷ ହେଲାଣି ଅତିରିକ୍ତ ପଦବି ଖାଲି ପଡିଛି।ଯୋଉଠି ତିନିମାସ ହେଲାଣି ଜିଲ୍ଲା କୃଷି ଅଧିକାରିଙ୍କ ପଦବି ଖାଲି ପଡିଛି ସେଠି ଅନ୍ୟ ପଦବି ଖାଲି ରହିବା କୌଣସି ଆଶ୍ଚର୍ଯ୍ୟ କଥା ନୁହଁ।ଜିଲ୍ଲା ପ୍ରସାସନ ଏସବୁ ବ୍ଲକରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ କରୁଛନ୍ତି କିନ୍ତୁ ସବୁଠୁ ଗୁରୁତ୍ଵ ବିଭାଗରେ ଏତେ ସବୁ ପଦବି ଖାଲି ପଡିଥିଲା ବେଳେ ଜିଲ୍ଲା ପ୍ରସାସନ ନିରବ ଦ୍ରଷ୍ଟା ସାଜିଛି।ବର୍ଷ ବର୍ଷ ଧରି ତିନଟି ବ୍ଲକରେ କୃଷି ଅଧିକାରିଙ୍କ ସ୍ଥାନ ଖାଲି ପଡିଥିବା ବେଳେ କୃଷି କାର୍ଯ୍ୟାଳୟ ଗୁଡିକ କିପରି ଚାଲୁଥିବ ଓ ସେଠାକାର ଚାଷୀଙ୍କ ସମସ୍ୟା କିପରି ସମାଧାନ ହେଉ ଥିବ ତାହା ଠିକ୍ ଅନୁମେୟ।ଆଗକୁ ଚାଷୀ ମାନେ ସମସ୍ୟାରେ ପଡି ଘାଣ୍ଟି ହେବା ପୁର୍ବରୁ ତୁରନ୍ତ ଖାଲି ପଡିଥିବା ପଦବି ପରିପୁର୍ଣ୍ଣ କରିବାକୁ ସବୁ ମହଲରେ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *