ବେଦାନ୍ତ ବିଶ୍ବବିଦ୍ୟାଳୟ ବିରୋଧୀ ସଙ୍ଘର୍ଷ ସମିତିର ଆମ ଜମି ଆମକୁ ଫେରାଅ ଅଭିଯାନ। ଭୁଆଁ ଗ୍ରାମରେ ଶୁଭାରମ୍ଭ
ଆଜି ସଂଘର୍ଷ ସମିତି ର ଆବାହକ ତଥା ପୁରୀ ର ପୂର୍ବତନ ବିଧାୟକ ଉମାବଲ୍ଲଭ ରଥଙ୍କ ନେତୃତ୍ୱ ରେ ଆମ ଜମି ଆମକୁ ଫେରାଇଦିଅ ଅଭିଯାନ ରେ ସମିତି ର ସଭାପତି ଦାମୋଦର ପ୍ରଧାନ, ବିଶ୍ଵନାଥ ପ୍ରଧାନ,ହର ପ୍ରସାଦ ଜେନା,ପର୍ଶୁରାମ ପ୍ରଧାନ, ପ୍ରଭାକର ସ୍ୱାଇଁ, ମଧୁସୂଦନ ରାଉତରାୟ,ନଅ ଦେଶ ସଭାପତି ଯୋଗେନ୍ଦ୍ର ପ୍ରଧାନ, ଦାମୋଦର ନାୟକ, କୈଳାଶ ଚନ୍ଦ୍ର ସ୍ୱାଇଁ, ଅଭିନ୍ନ ସ୍ୱାଇଁ ପ୍ରମୁଖଙ୍କ ସହ ବାଇଶି ମୌଜା ର ପ୍ରତିନିଧିମାନଙ୍କ ସହ ଭୁଆଁ ଗ୍ରାମରେ ଶୁଭାରମ୍ଭ କରାଯାଇଥିଲା। ଗ୍ରାମର ସଭାପତି ଶରତ ଚନ୍ଦ୍ର ଗୋଚ୍ଛାୟତ ସଂଘର୍ଷ ସମିତି ର ପ୍ରତିନିଧିମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦେଇ ସମ୍ମାନିତ କରିଥିଲେ।
ଗ୍ରାମସଭା ରେ ଆବାହକ ଉମାବଲ୍ଲଭ ରଥ ବେଦାନ୍ତ ବିଶ୍ଵବିଦ୍ୟାଳୟ ନାଁ ରେ ଗରିବ ଲୋକମାନଙ୍କ ଜମି ଓ ମହାପ୍ରଭୁ ଜଗନ୍ନାଥ ଙ୍କ ଅମୃତମଣୋହି ଜମିକୁ କିପରି ଭାବରେ ହଡ଼ପ କରିବା ପାଇଁ ରାଜ୍ୟ ସରକାର ଓ ଅନିଲ ଅଗ୍ରୱାଲ ଫାଉଣ୍ଡେସନ କିପରି ଷଡ଼ଯନ୍ତ୍ର କରିଥିଲେ, ଏହି ଷଡ଼ଯନ୍ତ୍ର କୁ ବାଇଶି ମୌଜା ର ଚାଷୀ, ଶ୍ରୀମନ୍ଦିର ସେବାୟତମାନେ ଓ ସ୍ଥାନୀୟ ଅଞ୍ଚଳ ର ଲୋକମାନେ କିପରି ପର୍ଦାଫାସ କରିଛନ୍ତି, ଓ ଶେଷରେ ମହାପ୍ରଭୁ ଜଗନ୍ନାଥ ଏହି ଜମି କୁ ରକ୍ଷା କରିବାରେ ସହାୟକ ହୋଇଛନ୍ତି, ସେ କଥା ବର୍ଣ୍ଣନା କରିଥିଲେ। ଦୀର୍ଘ ୧୬ବର୍ଷ ଧରି ଚାଷୀମାନେ ଏହାର ବିରୋଧ କ
