ବେଦାନ୍ତ କମ୍ପାନୀ ଦ୍ୱାରା ଦୀର୍ଘ ୫ ମାସ ହେଲା ଛଟେଇ ପ୍ରତିବାଦରେ ଶ୍ରମିକ ମାନଙ୍କ ଆନ୍ଦୋଳନ

ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ବେଦାନ୍ତ ଫେକର ସମ୍ମୁଖ ରେ ଶ୍ରମିକ ଙ୍କ ଧାରଣା କୁ ବିଭିନ୍ନ ଦଳ ଏବଂ ଶହିଦ ଭଗତ୍ ସେନା ଆବାହକ ଶିତାଂଶୁ ଶେଖର ମହାପାତ୍ର ସମର୍ଥନ ଦେଇଥିଲେ ଆଜିକୁ ୬ ଦିନ ହେବ ଆନ୍ଦୋଳନ ହେଲେ ମଧ୍ଯ ଜିଲ୍ଲା ପ୍ରଶାସନ ଶାସନ କଳର କୌଣସି ବ୍ୟକ୍ତି ଆସିନାହାନ୍ତି କି କୌଣସି ପ୍ରତିଶୃତି ଦେଇ ନଥିବା ଶ୍ରମିକ ଅଭିଯୋଗ କରିଛନ୍ତି ଶ୍ରମିକ ମାନଙ୍କ ମୁଖ୍ଯ ଦାବୀ ଛଟେଇ ଶ୍ରମିକ ଙ୍କୁ ତୁରନ୍ତ ପୁନଃ ନିଯୁକ୍ତି ଦାବୀ କରିଛନ୍ତି ମୃତ ଶ୍ରମିକ ମାନଙ୍କ ପରିବାର ର ଜଣ ଙ୍କୁ ନିଯୁକ୍ତ ଦେବା ପାଇଁ ପ୍ରତିଶୃତି ପୂରଣ କରାଗଲା ନାହିଁ ଶ୍ରମିକ ମାନଙ୍କ ଦାବୀ କୁ ପୂରଣ କରାନଗଲେ ଆନ୍ଦୋଳନ କୁ ଯୋର ଦାର କରିବେ ବୋଲି ପ୍ରକାଶ କରିଥିଲେ, ଏହି ଆନ୍ଦୋଳନ ରେ କଂଗ୍ରେସ, ବିଜେପି,ଏବଂ ଶହିଦ ଭଗତ ସେନା ର ଆବାହକ ଶ୍ରମିକ ମାନଙ୍କୁ ପ୍ରତିଶୃତି ଦେଇଥିଲେ ସୂଚନା ଥାଉ କି ୩ ମାସ ତଳେ କମ୍ପାନି ରେ ଏକ ଅଘଟଣ ଘଟି କାଯ୍ୟରତ ୩ ଜଣ ଶ୍ରମିକ ଙ୍କ ର ମୃତ୍ଯୁ ହୋଇଥିଲା ସେହି ଅମୂଲ୍ଯ ଜୀବନ କୁ ହରାଇଥିବା ପରିବାର କୁ ଉପଯୁକ୍ତ କ୍ଷତିପୁରଣ ଦାବି କରି ପୂର୍ବ ରୁ ଆନ୍ଦୋଳନ କରାଯାଇଥିଲା ଆନ୍ଦୋଳନ କରିଥିବା ଯୋଗୁ କମ୍ପାନି ପକ୍ଷରୁ ୩୮ ଜଣ ଶ୍ରମିକ ଙ୍କୁ ଛଟେଇ କରାଯାଇଥିବା ଅଭିଯୋଗ ହୋଇଆସୁଛି ଛଟେଇ ଶ୍ରମିକ ଙ୍କୁ ତୁରନ୍ତ ନିଯୁକ୍ତି ଦାବି ରେ ଧାରଣା ଦିଆଯାଇଛି ବେଦାନ୍ତ ଫେକର ଶ୍ରମିକ ସଂଘ ସଭାପତି କିଶାନ କୁମାର ସେଠୀ ସମ୍ପାଦକ ମୁକ୍ତି କାନ୍ତ ମହାପାତ୍ର ସମେତ ସଂଗଠନ ର ସମ୍ପାଦକ ହରିଶଙ୍କର ଜେନା ଉପସଭାପତି ଦୈତାରି ପଲାଇ ପ୍ରମୁଖ ଙ୍କ ନେତୃତ୍ବ ରେ ଶ୍ରମିକ ଙ୍କ ହକ ପାଇଁ ଲଢେଇ ଜାରି ରହିଛି,ଆଜି ଭଦ୍ରକ ପୂର୍ବତନ ବିଧାୟକ, ନରେନ ପଲେଇ ଆନ୍ଦୋଳନ ରେ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *