ଗୋ ମାଂସ ଚାଲାଣ ବେଳେ ଭାଙ୍ଗିଲା ଗାଡି; ପେଟ୍ରୋଲିଂ ବେଳେ ଧରିଲା ପୋଲିସ।

କାକଟପୁର,୦୩.୧୧- କାକଟପୁରରୁ ଏକ ଗାଡ଼ିରେ ଗୋ ମାଂସ ଭର୍ତ୍ତି ହୋଇ ଚାଲାଣ ହେଉଥିବା ବେଳେ ଗାଡି ଏକ୍ସିଲ ଓ ଚକ ଦବି ଭାଙ୍ଗି ଯାଇଥିଲା । ଯାହା ଫଳରେ ଗାଡି ରାସ୍ତାରେ ଅଟକି ଥିଲା। ଏହି ସମୟରେ କାକଟପୁର ପୋଲିସ୍ ପେଟ୍ରୋଲିଂ କରୁଥିବା ବେଳେ ଗାଡ଼ିକୁ ଧରିଥିଲା। ଗାଡ଼ିରେ କଣ ଲଦା ହୋଇଛି ତନଖି କରିବାରେ ଗୋ ମାଂସ ଭର୍ତ୍ତି ବୋଲି ଜଣା ପଡିଥିଲା । ଗାଡ଼ିରେ ପ୍ରଚୁର ପରିମାଣର ଗୋ ମାଂସ ଓ ଗୋରୁ ଚମଡା ରହିଛି। ସଙ୍ଗେ ସଙ୍ଗେ ଘଟଣା ସ୍ଥଳରୁ ଗାଡି ଚାଳକ ଓ ଦଲାଲ୍ ମାନେ ଫେରାର ହୋଇ ଦୌଡ଼ି ଥିଲେ। ପୋଲିସ୍ ଗାଡ଼ିକୁ ଜବତ କରି ହେପାଜତକୁ ନେଇଛି। ମିନି ଟ୍ରକ ଗାଡି ନମ୍ବର୍ ଓଆର ୦୫ ଏଜେ ୮୯୬୨ ବୋଲି ଲେଖା ଯାଇଛି। ଖବରପାଇ ବିଶ୍ଵ ହିନ୍ଦୁ ପରିଷଦ କର୍ମକର୍ତା ମାନେ ଘଟଣା ସ୍ଥଳରେ ପହଁଚି ଦୁହୁର୍ତଙ୍କୁ ଧରିବାକୁ ଦାବି କରିଥିଲେ। ବାରମ୍ଵାର ଅଭିଯୋଗ ପରେ ମଧ୍ୟ କାକଟପୁର ଅଞ୍ଚଳରେ ଗୋ ହତ୍ୟା ସହ ମାଂସ ଚାଲାଣ ହେଉଛି। ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଗାଡି ଖରାପ ଥିବାରୁ ରାସ୍ତା କଡ଼ରେ ଗୋ ମାଂସ ଗାଡି ପଡି ରହିଛି। ପୋଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Leave a Reply

Your email address will not be published. Required fields are marked *