୩ ଇଟାଭାଟି ଶ୍ରମିକଙ୍କ ମୃତ୍ୟୁ ପରେ ଚେତିଲା ପ୍ରଶାସନ

ଢେଙ୍କାନାଳ ଜିଲ୍ଲା ଓଡାପଡା ତହସିଲ ଅନ୍ତର୍ଗତ କମଳାଙ୍ଗରେ ବେଆଇନ ଇଟା ଭାଟି ରେ କାର୍ଯ୍ୟ କରୁଥିବା ୩ ଶ୍ରମିକ ଙ୍କ ମୃତ୍ୟୁ ପରେ ଚେତିଲା ଢେଙ୍କାନାଳ ଜିଲ୍ଲା ପ୍ରଶାସନ |ଜିଲ୍ଲା ର ସମସ୍ତ ତହସିଲ ରେ ଚାଲିଥିବା ବେଆଇନ ଇଟା ଭାଟି ଉପରେ ଚଢ଼ାଉ କରି ୩ ଦିନ ଭିତରେ ଭାଙ୍ଗିବାକୁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ |ଯାହାଫଳରେ ଆଜି ପରଜଙ୍ଗର ପାଳସାହିରେ ପରଜଙ୍ଗ ତହସିଲଦାର ଓ ଥାନା ଅଧିକାରୀ ମିଳିତ ଭାବେ ଚଢ଼ାଉ ଆରମ୍ଭ କରିଛନ୍ତି | ଜେସିବ ମେସିନ ସାହାଯ୍ୟ ରେ ଲକ୍ଷାଧିକ କଞ୍ଚା ଇଟା ନଷ୍ଟ କରିବା ସହ ୩ ଦିନ ଭିତରେ ସମସ୍ତ ବେଆଇନ ଇଟା ଭାଟି ଭଙ୍ଗା ଯିବ ବୋଲି କହିଛନ୍ତି ପରଜଙ୍ଗ ତହସିଲଦାର |ତେବେ ଦୀର୍ଘ ବର୍ଷ ହେବ ପରଜଙ୍ଗ ତହସିଲ ଅଧୀନରେ ଥିବା ଜଟିଆ, ସରାଙ୍ଗ, ଡମଳ, କନ୍ଦରସିଂହା, ସାନ୍ଦା, କୁଲେଇ, ବସୁଲେଇ ଆଦି ଗାଁ ଗୁଡିକରେ ପ୍ରତି ବର୍ଷ ଶହ ଶହ ବେଆଇନ ଇଟା ଭାଟି ଗଢା ଯାଉଥିବା ଅଭଯୋଗ ହେଉଥିଲା | ସେହିଭଳି କାମାକ୍ଷାନଗର ଏନଏସି ମଧ୍ୟରେ ଥିବା ଆଳତୁମା ଗ୍ରାମରେ ବେଆଇନ ଇଟାଭାଟି ଗୁଡିକ ଭାଙ୍ଗା ପ୍ରକ୍ରିୟା ଆରମ୍ଭକରିଛି ପ୍ରଶାସନ। ଏହି କାର୍ଯ୍ୟକ୍ରମ ଆଗାମୀ ଦୁଇଦିନ ଧାରି ଚାଲିବ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *