ଭାରତୀୟ ଜନତା ପାର୍ଟି

ବ୍ରହ୍ମପୁର, ୧୨/୨ : ଭାରତୀୟ ଜନତା ପାର୍ଟି ପୁରୁଣା ବ୍ରହ୍ମପୁର ମଣ୍ଡଳ ପକ୍ଷରୁ ଭାରତୀୟ ଜନସଂଘର ପ୍ରତିଷ୍ଠାତା ପୂର୍ବତନ ସଂଘ ସଭାପତି ପ୍ରଖର ରାଷ୍ଟ୍ରଭକ୍ତି ତଥା ଏକାତ୍ମ ମାନବବାଦ, ଅନ୍ତ୍ୟୋଦୟର ପ୍ରଣେତା ମହାନ ରାଷ୍ଟ୍ରନାୟକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୫୬ ତମ ବଳିଦାନ ଦିବସ ମଣ୍ଡଳ ସଭାପତି କେ.ଟୁଙ୍ଗୁରୁ ପାତ୍ରଙ୍କ ସଭାପତିତ୍ବରେ ସ୍ଥାନୀୟ ପ୍ରହଲ୍ଲାଦ ନଗର ସ୍ଥିତ ଦଳୀୟ କାର୍ଯ୍ୟାଳୟ ଠାରେ ପାଳନ ହୋଇଯାଇଛି । ଆଜି କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ଯେଉଁ ସରକାର ଚାଲିଛି ତାହା ଏହି ଏକାତ୍ମ ମାନବବାଦ ବିଚାରଧାରା ହିଁ ଚାଲିଛି । ଯାହାକି ସବକା ସାଥ୍ ସବକା ବିକାଶ ସବକା ବିଶ୍ୱାସ ସବକା ପ୍ରୟାସ ଏହି ଚିନ୍ତାଧାରା ଏବଂ ସମର୍ପଣ ଭାବରେ ଚାଲିଛି । ସମାଜର ଶେଷ ଧାଡ଼ିରେ ଥିବା ଲୋକଟି କିଭଳି ସବୁ ସୁବିଧା ପାଇପାରିବ ଏହା ପଣ୍ଡିତ ଦୀନଦୟାଲଙ୍କ ଚିନ୍ତାଧାରା ଥିଲା ଯାହାକୁ ବର୍ତ୍ତମାନ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାକାର କରୁଛନ୍ତି । ମାତୃଭୂମିର ସେବା ପାଇଁ ପଣ୍ଡିତ ଦୀନଦୟାଲ ତାଙ୍କ ଜୀବନକୁ ଉତ୍ସର୍ଗୀକୃତ କରିଦେଇଥିଲେ । ୧୯୧୬ ସେପ୍ଟେମ୍ବର ୨୫ ତାରିଖରେ ଜନ୍ମିତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କୁ ୧୯୬୮ ମସିହା ଫେବୃଆରୀ ୧୧ ତାରିଖରେ ମାତ୍ର ୫୧ ବର୍ଷ ବୟସରେ ଉତ୍ତରପ୍ରଦେଶର ମୋଗଲସରାଇ ରେଳ ଷ୍ଟେସନରେ ହତ୍ୟା କରାଯାଇଥିଲା ଯାହାକି ଆଜି ପର୍ଯ୍ୟନ୍ତ ଏକ ରହସ୍ୟମୟ ହୋଇ ରହିଛି । ପଣ୍ଡିତ ଦୀନଦୟାଲଙ୍କ ଦେଶ ପାଇଁ ତ୍ୟାଗ, ତପସ୍ୟା, ବଳିଦାନ ପାଇଁ ଆଜି ତାଙ୍କ ପୁଣ୍ୟତିଥିକୁ ସମଗ୍ର ଭାରତ ବର୍ଷରେ “ସମର୍ପଣ ଦିବସ” ଭାବେ ପାଳନ କରାଯାଉଛି । ଆଜିର ଏହି କାର୍ଯ୍ୟକ୍ରମରେ ବିଜେପି ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ସମ୍ପାଦିକା ରତ୍ନଗର୍ଭା ସରସ୍ଵତୀ ଦେବୀ,ବରିଷ୍ଠ ନେତା ସୁନିଲ କୁମାର ସାହୁ ପ୍ରମୁଖ ଯୋଗ ଦେଇ ଦୀପ ପ୍ରଜ୍ବଳନ କରି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅଖିଳ ବେହେରା,ନୃସିଂହ ସେଠୀ,କେ.ବାସନ୍ତୀ ପାତ୍ର,ଏ.ସଞ୍ଜିବ କୁମାର ସୁବୁଦ୍ଧି,ସୌମେନ୍ଦ୍ର ଦାସ,ସୁଶିଳା ବାଡ଼ତ୍ୟା,କେ.ରବିନ୍ଦ୍ର କୁମାର,ପ୍ରଭାତ ସୁବୁଦ୍ଧି,ଏ.ଗଣେଶ ପାତ୍ର,କେ.ଶ୍ୱେତା ପାତ୍ର,ଏସ୍.ସନ୍ତୋଷ ରାଓ,ସୁମନ ଶତପଥି,ଲକ୍ଷ୍ମୀ ପାତ୍ର,ମମତା ସରାବ,ସୂର୍ଯ୍ୟପ୍ରଭା ସାହୁ,ସଶ୍ମିତା ଆଚାରୀ,ଦିଲୀପ ବେହେରା,ଏସ୍.ଶ୍ରୀନିବାସ ପ୍ରମୁଖଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଏବଂ ଅଞ୍ଚଳ ବାସୀ ଉପସ୍ଥିତ ରହି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଫୋଟରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

Leave a Reply

Your email address will not be published. Required fields are marked *