ଅପରେସନ୍ ସିନ୍ଦୁର” ସଫଳତାକୁ ନେଇ ଜିଲ୍ଲାରେ ବିଜୟ ଶୋଭାଯା୍ତ୍ରା

ଛତ୍ରପୁର ତା. ୧୫.୦୫.୨୫ “ଅପରେସନ୍ ସିନ୍ଦୁର” ସଫଳତା ପରିପ୍ରେକ୍ଷୀରେ ଭାରତୀୟ ସଶସ୍ତ୍ର ବାହିନୀର ତ୍ୟାଗ ଓ ବଳିଦାନକୁ ସମ୍ମାନ ଜଣାଇବା ସକାଶେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ‘ପରାକ୍ରମ ଶୋଭାଯାତ୍ରା’ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଆତଙ୍କବାଦ ବିରୋଧି ଅଭିଯାନ “ଅପରେସନ୍ ସିନ୍ଦୁର” ର ସଫଳତାକୁ ନେଇ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଗଞ୍ଜାମ ଜିଲ୍ଲାର ସମସ୍ତ ବ୍ଲକ୍ ଓ ସହରାଞ୍ଚଳରେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ତ୍ରିରଙ୍ଗା ପତାକା ଧ୍ବଜା ଉଡାଇ ଶାନ୍ତିପୂର୍ଣ୍ଣ ଭାବେ ଜନ ସାଧାରଣ ସମ୍ପୂର୍ଣ୍ଣ ସମର୍ଥନ ପୂର୍ବକ ଭାରତୀୟ ବୀର ଜବାନ ମାନଙ୍କୁ ସମ୍ମାନ ଜଣାଇ ସେମାନଙ୍କ ସାହସକୁ ଆହୁରି ସଶକ୍ତ କରିବା ଉଦ୍ଦେଶ୍ୟରେ ସମସ୍ତେ ଏକତ୍ରୀତ ହୋଇ ଭାରତ ମାତାକି-ଜୟ ଧ୍ବନୀରେ ଶୋଭାଯାତ୍ରା ଛତ୍ରପୁର ସହର ପରିକ୍ରମା ପୂର୍ବକ ଆଗକୁ ବଢିଥିଲା ।

ସକାଳ ୮ ଘଟିକା ସମୟରେ ଛତ୍ରପୁର ପୁତିଗୋପାଳପୁର ଛକ ଠାରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧ୍ୟକ୍ଷ ଜି. ପାପା ରାଓ, ବ୍ରହ୍ମପୁର ସାଂସଦ ପ୍ରତିନିଧି ରୁଇନା ପଟ୍ଟନାୟକ, ଛତ୍ରପୁର ବ୍ଲକ୍ ଉପାଧ୍ୟକ୍ଷା ଏସ୍. ଶାରଦା ରେଡ୍ଡୀ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡା, ସୂଚନା ଓ ଲୋକସମ୍ପର୍କ ବିଭାଗୀୟ ଉପ ନିର୍ଦ୍ଦେଶକ (ଦକ୍ଷିଣାଞ୍ଚଳ) ରବି ନାରାୟଣ ବେହେରା, ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ, ଜନ ପ୍ରତିନିଧି ଓ ଗଣମାଧ୍ୟମର ପ୍ରତିନିଧିଗଣ ପ୍ରମୁଖ ଉପସ୍ଥିତ ରହି ବିଶାଳ ମୋଟର ସାଇକେଲ ଶୋଭାଯାତ୍ରାରେ ବାହାରି ଅପର ବସ ଷ୍ଟାଣ୍ଡ, ରିକାପଲ୍ଲୀ ଛକ, ଜାତୀୟ ରାଜପଥ ପାର୍ଶ୍ବ ରାସ୍ତା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଲୋୟର ବସ୍ ଷ୍ଟାଣ୍ଡ, ପୋଲିସ୍ ପ୍ୟାରେଡ୍ ପଡିଆ ରାସ୍ତା, ଜିଲ୍ଲା ପରିଷଦ ଛକ ଦେଇ ପୁନର୍ବାର ଜାତୀୟ ରାଜପଥ ପାର୍ଶ୍ବ ରାସ୍ତା ଦେଇ ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ତଥା ନୂଆ ବସ୍ ଷ୍ଟାଣ୍ଡରେ ବିରା୍ଟ ମୋଟର ସାଇକେଲ ପଟୁଆର ଶେଷ ହୋଇଥିଲା । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକା୍ରୀ, ଗଞ୍ଜାମ, ଛତ୍ରପୁର

Leave a Reply

Your email address will not be published. Required fields are marked *