ମୌଳିକ ସୁବିଧାରୁ ବଂଚିତ ଗ୍ରାମବାସୀ, ମୌଳିକ ସୁବିଧା ନ ମିଳିଲେ ଭୋଟ ବର୍ଜନ କରିବାକୁ ଦେଲେ ଚେତାବନୀ
ଆଗକୁ ଆସୁଛି ପଂଚାୟତ ନିର୍ବାଚନ,ପ୍ରମୁଖ ତିନ ରାଜନୀତିକ ଦଳ ନିଜର ରାଜନୀତିକ ସମର ସଜା ଆରମ୍ଭ କଲେଣି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବାଲିମୁଣ୍ଡା ପଂଚାୟତର ସୁରେନ୍ଦ୍ର ସାହୁ ଘେରିର ଏଥର ପଂଚାୟତ ନିର୍ବାଚନ ନେଇ ଭିନ ଏକ ବାତାବରଣ ସୃଷ୍ଟି ହୋଇଛି।ଗାଁ କୁ ଯିବାକୁ ହେଲେ ଆଣ୍ଠୁଏ ଆଣ୍ଠୁଏ ପାଣି। ଦେହ ଖରାପ ହେଲେ ଆମ୍ବୁଲାନ୍ସ ଯିବା ତ ଦୂରର କଥା ମୋଟର ସାଇକେଲ ଯିବା ଅସମ୍ଭବ। ଭାରରେ ବୁହା ହୁଏ ଦୁଇ କିଲୋମିଟର ରାସ୍ତା। ବସବାସ କରୁଥିବା ପାଖାପାଖି ୧୦୦ ପରିବାର ୪୦୦ ଲୋକଙ୍କୁ ମିଳିଛି ଦୁଇଟି ଟିୱାଲ ରୁ ଗୋଟେ ରୁ ଲୁଣି ପାଣି ବାହାରୁ ଥିବା ବେଳେ ଅନ୍ୟ ଗୋଟିଏ ଟିୱାଲ ଉପରେ ନିର୍ଭର କରନ୍ତି ସମସ୍ତ ଲୋକ। ସକାଳ ହେଲେ ଲାଗେ ଟିୱାଲ ପାଖରେ ଲମ୍ବା ଲାଇନ୍ ରେ ଆସି ନେବାକୁ ପଡେ ପିଇବା ପାଣି। ଛୋଟ ପିଲାଙ୍କ ପାଇଁ ମିଳିଛି ଅଙ୍ଗନବାଡି ୱାଡି କେନ୍ଦ୍ର ର ହେଲେ ମିଳିପାରିନି ଘର ଜଣେ ବ୍ୟକ୍ତି ଙ୍କ ଗୁହାଳ ଘରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର ତା ପୁଣି ଯିବାକୁ ପଡିବ ବର୍ଷା ଦିନେ ଆଣ୍ଠୁଏ ପାଣିରେ, କୌଣସି ବି ମୌଳିକ ସୁବିଧା ପହଂଚି ପାରିନି ଏହି ଅଂଚଳ ରେ, ଯଦି କୌଣସି ସୁବିଧା ନ ମିଳେ ଆଗାମୀ ପଂଚାୟତ ନିର୍ବାଚନ ରେ ଭୋଟ ବର୍ଜନ କରିବାକୁ ନିଷ୍ପତି ନେଇଛନ୍ତି ଗ୍ରାମବାସୀ । ଖବର ପ୍ରସାରଣ ପରେ ପ୍ରଶାସନ ନିଦ ଭାଙ୍ଗିବ ବୋଲି ଆଶା ।
ରିପୋର୍ଟ :-ପୁନିଲ କୁମାର ସାମନ୍ତ।
