କଙ୍କଡାହାଡ଼ ମହାବିଦ୍ୟାଳୟରେ ଭୋଟର ସଚେତନତା କାର୍ଯ୍ୟକ୍ରମ

କାମାକ୍ଷାନଗର, ୧୮-୧୧-୨୦୨୧-ଢେ଼ଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ମହାବିଦ୍ୟାଳୟରେ ଆଜି ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଆଜି ଏଠାରେ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ ଉପସ୍ଥିତ ରହି ଏହି ସଚେତନତା ବାର୍ତା ଦେଇଥିଲେ ।ଭୋଟର ତାଲିକାରେ ନାମ ଯାଞ୍ଚ ,ସଂଶୋଧନ, ସ୍ଥାନାନ୍ତର ଓ ନୂତନ ଭୋଟର ଭାବରେ କିପରି ଆବେଦନ କରିହେବ ତାରି ଉପରେ କହିଥିଲେ ।ମୋବାଇଲ ମାଧ୍ୟମରେ ଏହା କିପରି କରିହେବ ତାରି ଉପରେ କହିଥିଲେ ।ଏଠାରେ ଅନ୍ୟତମ ଅତିଥି ଭାବରେ କଙ୍କଡାହାଡ଼ ବ୍ଲକ ଅଧ୍ୟକ୍ଷ କାର୍ତିକ ସାହୁ, ତହସିଲଦାର ରମେଶ ଜେନା,ବିଡ଼ିଓ ବୁଲବୁଲ ବେହେରାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।ପରେ ପରେ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ମାନେ ଏକ ଶୋଭାଯାତ୍ରାରେ ବାହାରି କଙ୍କଡାହାଡ଼ ବଜାର ଓ ଗାଁ କୁ ପରିକ୍ରମା କରି ସଚେତନ କରାଇଥିଲେ ।

ରିପୋର୍ଟର-ପ୍ରକାଶ କୁମାର ପାତ୍ର।

Leave a Reply

Your email address will not be published. Required fields are marked *