ଗ୍ରୀଷ୍ମରୁତୁ ଫୁଲବାଣୀରେ ପାଦ ନଥାପୁଣୁ ଜଳ ଓ ବିଦ୍ୟୁତ ସମସ୍ୟା ।
ଗ୍ରୀଷ୍ମରୁତୁ ଫୁଲବାଣୀରେ ପାଦ ନଥାପୁଣୁ ଜଳ ଓ ବିଦ୍ୟୁତ ସମସ୍ୟା ।
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌରପରିଷଦ ସ୍ଥିତ ପିଅନ ପଡ଼ା ଅଞ୍ଚଳର ୧ନମ୍ବର ୱାର୍ଡ ଜଳ ଯୋଗାଣ ଓ ବିଦ୍ୟୁତ୍ ବିଭ୍ରାଟ ଚରମ ସୀମାରେ। ବାରମ୍ବାର ଅଭିଯୋଗ ଦେବା ପରେ ମଧ୍ୟ କିଛି ପରିବର୍ତ୍ତନ ନାହିଁ। ଜିଲ୍ଲାପାଳଙ୍କ ଇମେଲରେ ଅଭିଯୋଗ ପଠାଇଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ ବୋଲି ଅଭିଯୋଗ ଆଣିଛନ୍ତି ପିଅନ ପଡାର ବହୁ ଶିକ୍ଷାବିତ ବୁଦ୍ଧିଜୀବୀ। ମନେହୁଏ ଜିଲ୍ଲାପାଳ ଏ ସବୁ ଦେଖନ୍ତି ନାହିଁ। କର୍ମଚାରୀ କେହି ଦେଖି ଚୁପ୍ ରହିଯାଏ।ଶୀତ ଦିନ ରେ ଯଦି ଏମିତି ହୁଏ, ତେବେ ଆଗକୁ ଗ୍ରୀଷ୍ମ ଋତୁରେ କଣ ନ ହେବ? ପ୍ରଶାସନ ଦୃଷ୍ଟି ନଦେଲେ ଜନତାଙ୍କ ରୋଷର ଶିକାର ହେବାକୁ ପଡ଼ିବ ବୋଲି l କହିଛନ୍ତି ଅଞ୍ଚଳବାସୀ।
