ଗ୍ରୀଷ୍ମ କାଳରେ ଅମୃତ ଧାରା ରେ ଅମୃତ ଟିକେ ବି ନାହିଁ
ଗ୍ରୀଷ୍ମ ଋତୁର ଅତ୍ୟାଧିକ ତାପମାତ୍ରା ୪୦° ଉପରେ ସର୍ବଦା ରହୁଥିବା ବେଳେ ପାନୀୟଜଳର ଅନେକ ଅଭାବ ରହୁଥିବାରୁ ପାଣି ଟିକେ ପାଇବା ବହୁକଷ୍ଟ ହେଉଛି । କିନ୍ତୁ ଅନେକ ଗ୍ରାମରେ ଅମୃତ ଧାରା ମାଧ୍ୟମରେ ପାନୀୟଜଳ ଯୋଗାଣ ନିମନ୍ତେ ବ୍ୟବସ୍ଥା ଥିବା ବେଳେ କଳାହାଣ୍ଡି ଜିଲ୍ଳା ଗୋଲାମୁଣ୍ଡା ବ୍ଳକ୍ ରେଙ୍ଗସାପାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାନରେ ଥିବା ଅମୃଧାରା ରେ ପାଣି ବୁନ୍ଦାଏ ମିଲୁ ନାହିଁ ଯିଏ ପାଣି ଟିକେ ପିଇବା ପାଇଁ ଯାଉଛି ଅମୃତ ଧାରାକୁ ତ ଦେଖୁଛି ଅମୃତ ଧାରାରେ ପାଣି ନାହିଁ ଖାଲି ସୁଖା ଖଡ଼ ଖଡ଼ ଦେଖା ଯାଉଛି । ଅମୃତ ଧାରା ପାନୀୟଜଳ ବ୍ୟବସ୍ଥାକୁ ପରିଚାଳନା କରୁଥିବା ଧନ୍ୟ ସେ ପ୍ରଶାସନ ଧନ୍ୟ ସେ ଶାସନ ହୃଦୟ ତାର ଏତେ ନିଷ୍ଠୁର ଯେ ସେ ଉତ୍ତମ ରୂପେ ଏଥିପ୍ରତି ଦୃଷ୍ଟି ଦେଉ ନାହିଁ ଯାହା ଫଳରେ ପାନୀୟ ଜଳ ବ୍ୟବସ୍ଥା ବହୁତ ଖରାପ ରହିଛି । ଦୁଃଖ ଲାଗେ ପାଣି ଅସୁବିଧା ଥିବା ବେଳେ ମଦର ଅସୁବିଧା ନାହିଁ ଘରେ ଘରେ ମଦକୁ ପହଞ୍ଚାଉଛି ଶାସନ ପ୍ରଶାସନ ହେଲେ ପାଣି ଟିକେ କାହା ପାଖରେ ପହଞ୍ଚାଇ ପାରୁନି ଭଲରେ ।
