ମଣିଷ ଓ ପଶୁ ଉଭୟ ପାଣି ପାଇଁ କଲବଳ ସାଧାରଣ ଜୀବନରେ ମୌଳିକ ଆବଶ୍ୟକତା ହେଉଛି ଜଳ
ମଣିଷ ଓ ପଶୁ ଉଭୟ ପାଣି ପାଇଁ କଲବଳ ସାଧାରଣ ଜୀବନରେ ମୌଳିକ ଆବଶ୍ୟକତା ହେଉଛି ଜଳ | ଏବଂ ଏହି ଜଳଅସୁବିଧା ପ୍ରାୟ ଅନେକ ଜିଲ୍ଲା ରେ ଦେଖିବାକୁ ମିଳୁଛି | ଏଭଳି ଏକ ଚିତ୍ର ପୁଣି ସାମ୍ନାରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ନଟିକାନୀ ଗ୍ରାମ ରେ ଯେଉଁଠି ମଣିଷ ତ ଛାଡ଼ ପଶୁ ମାନେ ମଧ୍ୟ ପାଣି ପାଇଁ କଲବଲ ହେଉଛନ୍ତି |ନା ଅଛି ନଳକୂପ ନା ପାନୀୟ ବ୍ୟବସ୍ତା ଏପରିକି ସରକାରଙ୍କ ଯୋଜନା ମଧ୍ୟ ଏଠାରେ ପହଂଚିନି | ତେବେ ଏହି ଅଂଚଳ କେତେ ବିକାଶିତ ତାହା ସ୍ପଷ୍ଟ ବାରି ହେଉଛି | ଏବେ ନିର୍ବାଚନ ସମୟରେ ନେତା ଗାଁ କୁ ପ୍ରାଧାନ୍ୟ ଦେବାରୁ ଲୋକେ କ୍ରୋଧରେ ଏକ ଷ୍ଟ୍ରାଇକ କରାଯାଇଛି | ଯାହାର ମୁଖ୍ୟ ବିଷୟ ରହିଛି ପାନୀୟ ଜଳ ଯୋଗାଣ |ଏଥିରେ ପୂର୍ବତନ ସରପଞ୍ଚ ବବୁଲ ସେନାପତି ମଧ୍ୟ ସାମିଲ ହୋଇଛନ୍ତି | ତଳୀୟ ଅଂଚଳ କୁ ସରକାର ବିକାଶ କରିବା ଦିଗରେ ଧ୍ୟାନ ଦେଉନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ ଏବଂ ଏହାର ସ୍ଥାୟୀ ପଦକ୍ଷେପ ନେଇ ସମାଧାନ କରିବାକୁ ଦାବି ରଖିଛନ୍ତି |
