କୋରାପୁଟରେ ଜଳରଙ୍ଗ ଚିତ୍ରଶିଳ୍ପୀ ଶିବିର ଓ ସମସାମୟିକ ଚିତ୍ରକଳା ପ୍ରଦର୍ଶନୀ

ଭୁବନେଶ୍ୱରତା. ୨୨/୦୨/୨୪- କୋରାପୁଟର ଦେଓମାଳୀ ଠାରେ ଓଡିଶା ଲଳିତ କଳା ଏକାଡେମୀ,ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ଏବଂ କୋରାପୁଟ ଜିଲ୍ଲା ପ୍ରଶାସନ ସହଯୋଗରେ ଏକ ରାଜ୍ୟ ସ୍ତରୀୟ ଯୁବ ଚିତ୍ରଶିଳ୍ପୀ ଶିବିର ଆୟୋଜିତ ହୋଇଯାଇଛି । ଦେଓମାଳୀ ପର୍ବତର ଶିଖର ଦେଶରେ ଆୟୋଜିତ ଏହି ଚିତ୍ରକଳା ପ୍ରଦର୍ଶନୀ କେନ୍ଦ୍ରାଞ୍ଚଳ ତଥା ଦକ୍ଷିଣାଞ୍ଚଳ ଆର. ଡି.ସି. ଶ୍ରୀ ରଞ୍ଜନ କୁମାର ଦାସ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଦେଓମାଳୀର ସୌନ୍ଦର୍ଯ୍ୟକୁ ଶିଳ୍ପୀମାନେ ରଙ୍ଗ ଓ ତୂଳୀରେ ଅଙ୍କନ କରୁଥିବାରୁ ଅନେକ ପ୍ରଶଂସା କରିଥିଲେ ।ଏହି ଅବସରରେ ମୁଖ୍ୟ ଅତିଥି ଭାବେ କୋରାପୁଟ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍ ଯୋଗଦେଇ ଚିତ୍ରଶିଳ୍ପୀ ମାନଙ୍କୁ ଉତ୍ସାହିତ କରିଥିଲେ ।ଉତ୍ସବରେ ଏକାଡେମୀର ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରସ୍କାର ପ୍ରାପ୍ତ ପୌରହିତ୍ୟ କରିଥିଲେ ।

ପ୍ରାରମ୍ଭରେ ଏକାଡେମୀର ସଚିବ ଡ .ପଞ୍ଚାନନ ସାମଲ ଅତିଥି ମାନଙ୍କୁ ସ୍ଵାଗତ କରିବା ସହିତ ଶିବିର ଆଭିମୁଖ୍ୟ ସମ୍ପର୍କରେ କହିଥିଲ । ଏହି ଅବସରରେ ବରିଷ୍ଠ ଚିତ୍ରଶିଳ୍ପୀ ଗଜେନ୍ଦ୍ର ପ୍ରସାଦ ସାହୁ ଉପସ୍ଥିତ ଥିଲେ ।ଅପରାହ୍ନରେ କୋରାପୁଟ ସଦର ମହକୁମାରେ ଏକାଡେମୀର ଆଞ୍ଚଳିକ ଆର୍ଟ ଗ୍ୟାଲେରୀଠାରେ ଉକ୍ତ ଅତିଥି ମାନଙ୍କ ଦ୍ଵାରା ଏକ ସମସାମୟିକ ଚିତ୍ରକଳା ପ୍ରଦର୍ଶନୀ ଉଦ୍ଘାଟିତ ହୋଇଥିଲା । କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରୀତିସୁଧା ଜେନା ପରିଚାଳନା କରିଥିଲେ । ପ୍ରଦର୍ଶନୀ ସର୍ବସାଧାରଣଙ୍କ ପାଇଁ ପ୍ରତ୍ୟହ ଦିନ ୧୧ ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲା ରହିବ।

Leave a Reply

Your email address will not be published. Required fields are marked *