ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ସଂସ୍କୃତିକ ଓ କ୍ରୀଡା ସଂସଦ ର ବାର୍ଷିକ ଉତ୍ସବ

ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ସଂସ୍କୃତିକ ଓ କ୍ରୀଡା ସଂସଦ ର ବାର୍ଷିକ ଉତ୍ସବ lଭୁବନେଶ୍ୱର.. ତା-22.02.2024 ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ସାଂସ୍କୃତିକ ଓ କ୍ରୀଡ଼ା ସଂସଦର ଦୁଇ ଦିନିଆ ବାର୍ଷିକ ସାଂସ୍କୃତିକ ଉତ୍ସବକୁ ଆଜି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର ଯୋଗଦାନ କରି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ l

ରବୀନ୍ଦ୍ର ମଣ୍ଡପ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ଓଡ଼ିଶା ମୋ ପରିବାର ର ନିର୍ଦ୍ଦେଶକ ଶ୍ରୀ ଦିଲ୍ଲୀପ କୁମାର ରାଉତରାଏ,ସମ୍ମାନିତ ଅତିଥି ଭାବେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ର ମାହାଲ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ମନୋଜ କୁମାର ମହାନ୍ତି ଯୋଗ ଦେଇଥିବା ବେଳେ ସାଂସ୍କୃତିକ ସଂସଦ ର କାର୍ଯ୍ୟକାରୀ ସଭାପତି ଶ୍ରୀ ଚିତ୍ତରଞ୍ଜନ ପଣ୍ଡା, ସାଧାରଣ ସମ୍ପାଦକ ଶ୍ରୀ ଅମୀୟ କୁମାର ଦାସ ଉପସ୍ଥିତ ଥିଲେ l ସଭା ପରେ ପରେ ସଂସଦ ତରଫରୁ ନାଟକ “କିଏ କାହାର” ପରିବେଷଣ କରାଯାଇଥିଲା l ନାଟ୍ୟକାର ତଥା ନିର୍ଦ୍ଦେଶକ ଶ୍ରୀ ମଳୟ ରାଉତଙ୍କ ନିର୍ଦ୍ଦେଶନା ରେ ସଂସଦ ର କଳାକାର ମାନଙ୍କ ଦ୍ୱାରା ଅଭିନୀତ ଏହି ସାମାଜିକ ନାଟକକୁ ଭରପୁର ଦର୍ଶକ ଯୋଗଦେଇ ଉପଭୋଗ କରିଥିଲେ l ଆସନ୍ତା କାଲି 23 ତାରିଖ ରେ ମଧ୍ୟ ସଂଗୀତ କାର୍ଯ୍ୟକ୍ରମ ସହ ପୁନର୍ବାର ଏହି ନାଟକ ମଞ୍ଚସ୍ଥ ହେବ l ପଠାଣି ରାଉତସୂଚନା ଅଧିକାରୀ

Leave a Reply

Your email address will not be published. Required fields are marked *