ଆମେ ସ୍ବାଭିମାନୀ ଓଡିଆ
ଆମେ ସ୍ବାଭିମାନୀ ଓଡିଆ
ଆମେ ସ୍ବାଭିମାନୀ ଓଡିଆ
ଆମ ଭାଷା ଓଡିଆ
ଓଡିଆ ଙ୍କ ଇଷ୍ଟଦେବ ଜଗନ୍ନାଥ ବଢିଆ।
ଆମେ ସବୁ ଓଡିଆ ଆମ ଭାଷା ବଢିଆ
ଓଡିଆ ଙ୍କ କଳାକୃତି ଲାଗେ ଭଲ ବଢିଆ।
ବାରମାସେ ତେର ପର୍ବ ପାଳୁଛନ୍ତି ଓଡିଆ
ପିଠା ପଣା କ୍ଷୀରି କରି ପୂଜୁଛନ୍ତି ଓଡିଆ।
ଓଡିଆ ଙ୍କ ଲୋକକଳା ଲୋକନୃତ୍ୟ
ଭାରି ବଢିଆ
ଲୋକନୃତେ ମଜୁଛନ୍ତି ପୂଜା ପୀଠେ ଓଡିଆ।
ଧରମା କୁ ମନେ ରଖେ କୋଣାର୍କ ରେ ଓଡିଆ
ଓଡ଼ିଶା ଗୈାରବ ଭାଇ ସେହି ଶ୍ରେଷ୍ଠ ଓଡିଆ।
ଜାତି ପାଇଁ ମହାନତା ଦେଇଅଛି ଧରମା
ଅମର ହୋଇ ରହିଲା ଶ୍ରେଷ୍ଠ ଶିଳ୍ପୀ କରମା।
ଧୋତି ସାଙ୍ଗ କୁ ଚଦର ପିନ୍ଧିଛନ୍ତୁ ଓଡିଆ
ଓଡିଆ ଙ୍କ ବେଶଭୂଷା ଲାଗେ ଭାରି ବଢିଆ।
ଉତ୍କଳମଣି ଙ୍କ ପାଇଁ ଆମ ରାଜ୍ଯ ବଢିଆ
ଗୋପବନ୍ଧୁଙ୍କ ତ୍ୟାଗ ମନେରଖେ ଓଡିଆ।
ମଧୁବାବୁ ଓକିଲ ଙ୍କ ମଧ୍ୟେ ଥିଲେ ଭାରି ବଢିଆ
ଓଡ଼ିଶା ବାସୀଙ୍କ ଭାବନାକୁ ରୂପ ଦେଲେ ବଢିଆ।
ତ୍ୟାଗୀ ରୂପେ ଜୟୀ ଗୁରୁ ଜାଣିଛନ୍ତି ଓଡିଆ
ସାହାସୀ ସଂଗ୍ରାମୀ ବୀର ସେହି ଶ୍ରେଷ୍ଠ ଓଡିଆ।
ଓଡିଆ ଅସ୍ମିତା ପାଇଁ କାରୁକାର୍ଯ୍ୟ ବଢିଆ
ଭୁବନ ର କାରୁକାର୍ଯ୍ୟ ଲାଗେ ସେତେ ବଢିଆ।
ଜଗନ୍ନାଥ ସଂସ୍କୃତିର ଭାବ ଭାରି ବଢିଆ
ସେଥିପାଇଁ ହୃଦୟ ରେ ମନେରଖେ ଓଡିଆ।
ରଥଯାତରା ପାଇଁ ଆମ ପୁରୀ ବଢିଆ
ଜଗନ୍ନାଥ ଚେତନାର ଭାବ ଭାରି ବଢିଆ।
ଆମର କଳା ସଂସ୍କୃତି ଭାରି ଲାଗେ ବଢିଆ
ଆମେ ସବୁ ଗର୍ବିତ ଯେ ଆମ ଭାଷା ଓଡିଆ।
ଆମେ ସବୁ ଓଡିଆ ଆମେ ସବୁ ଓଡିଆ
ପୂର୍ବ ପୁରୁଷ ଙ୍କ କୀର୍ତ୍ତି ଲାଗେ ଭାରି ବଢିଆ।

ଶ୍ରୀ ହରିହର ସାହୁ
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ, ଓଡ଼ିଶା ୭୫୯୦୧୬
