ବିଜେପି ରାଜ୍ୟ ସମ୍ପାଦକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ।

ତା୧୨/୧୧/୨୦୨୫,କନ୍ଧମାଳ ଫୁଲବାଣୀ , ଫୁଲବାଣୀ ସହରର ବରିଷ୍ଟ ବିଜେପି ନେତା ତଥା ବିଶିଷ୍ଟ ଆଇନଜୀବୀ ଶ୍ରୀ ଭଗଵାନ ମହାନ୍ତିଙ୍କୁ ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ରାଜ୍ୟ ସମ୍ପାଦକ ଭାବରେ ନିଯୁକ୍ତି ଦେବା ଖୁସିରେ ଆଜି କନ୍ଧମାଳ ଜିଲ୍ଲା ବିଜେପି କର୍ମୀ ମହଲରେ ଖୁସିର ଛାୟା ଖେଳି ଯାଇଛି । ଜିଲ୍ଲାର ବିଭିନ୍ନ ବ୍ଲକ, ପଞ୍ଚାୟତ, ଓ ଫୁଲବାଣୀ ସହରର ଶହଶହ ବିଜେପି କର୍ମୀ ବାଇକରାଲି କରି ଫୁଲବାଣୀ ସହର ପରିକ୍ରମା କରି ଥିଲେ । ସ୍ଥାନୀୟ ଏଫସିଆଇ ଛକ ପରିସରରେ ଥିବା ନୂତନ କଲ୍ୟାଣ ମଣ୍ଡପ

ସେନାପତି ହାଇଟସ ଠାରେ ଏକ ସଭା ଆୟଜନ୍ କରାଯାଇ ଏହିଠାରେ ଶ୍ରୀ ଭଗବାନ ମହାନ୍ତି ଙ୍କୁ ସ୍ଵାଗତ ସମ୍ବର୍ଦ୍ଧାନା କରାଯାଇଥିଲା ।ଏହି ମହତ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାର ବରିଷ୍ଠ ବିଜେପି ନେତା ଶ୍ରୀ ନେତ୍ରମ।ନ୍ ସେଟ୍, ପରେଶ୍ ମହାପାତ୍ର,ରମେଶ ମହାନ୍ତି, ଲିଙ୍ଗରାଜ ଦଳବେହେରା, ଜଗନ୍ନାଥ ସାହୁ, ଯୁବ ମୋର୍ଚ୍ଚା ସଭାପତି ମୁକ୍ତିକାନ୍ତ ମହାନ୍ତି, ଅଜିତ୍ ପଟ୍ଟନାୟକ ଓ ଅନ୍ୟାନ୍ୟ ବରିଷ୍ଟ ନେତୃତ୍ଵ ଓ ଶହ ଶହ କର୍ମୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *