ପୁରୀ ପୋଲିସର ଧଳା ଜହର ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ

ପ୍ରେସ୍ ବିଜ୍ଞପ୍ତି

ଜିଲ୍ଲାରେ ଧଳା ଜହର ବିରୋଧୀ ଅଭିଯାନକୁ ଆହୁରି ସୁଦୃଢ କରିବା ପାଇଁ ପୁରୀ ପୋଲିସ ପକ୍ଷରୁ ନିୟମିତ ଭାବରେ ଚଡ଼ାଉ ଓ ତଦନ୍ତ କାର୍ଯ୍ୟକ୍ରମ ଚାଲୁ ରହିଛି। ଏହି ଫେବୃଆରୀ ୨୦୨୬ ମାସ ମଧ୍ୟରେ ପୁରୀ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଚାଲିଥିବା ବିଶେଷ ଅଭିଯାନ ସମୟରେ ବ୍ରାଉନ୍ ସୁଗାର ବ୍ୟବସାୟ ସହିତ ସମ୍ପୃକ୍ତ କିଛି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ମୋଟ ୩୪.୧୬ ଗ୍ରାମ ବ୍ରାଉନ୍ ସୁଗାର ଜବତ କରାଯାଇଛି। ପ୍ରଥମ ଘଟଣାରେ ଟାଉନ୍ ଥାନା ମାମଲା ନମ୍ବର ୧୨୧, ତାରିଖ ୨୧.୦୨.୨୦୨୬, ଧାରା ୨୧ (ବି) NDPS ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା। ଟାଉନ୍ ଥାନା ପୋଲିସ ନିର୍ଦ୍ଦିଷ୍ଟ ସୂଚନା ପାଇ ଚଢ଼ାଉ କରିବା ସମୟରେ ଜଣେ ଅଭିଯୁକ୍ତଙ୍କୁ ଧରିଥିଲେ ଏବଂ ତାଙ୍କ ନିକଟରୁ ୧୦.୯୦ ଗ୍ରାମ ବ୍ରାଉନ୍ ସୁଗାର ଜବତ କରାଯାଇଥିଲା। ପରେ ଅଭିଯୁକ୍ତଙ୍କୁ ଆଇନୁକ୍ତ ଭାବରେ ଗିରଫ କରାଯାଇ ଅଦାଲତକୁ ପ୍ରେରଣ କରାଯାଇଛି।
ଦ୍ୱିତୀୟ ଘଟଣାରେ କୁମ୍ଭାରପଡା ଥାନା ମାମଲା ନମ୍ବର ୭୧, ତାରିଖ ୦୭.୦୨.୨୦୨୬, ଧାରା ୨୧ (ବି) NDPS ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା। କୁମ୍ଭାରପଡା ଥାନା ପୋଲିସ ଚଢ଼ାଉ କରି ୧୩.୫୮ ଗ୍ରାମ ବ୍ରାଉନ୍ ସୁଗାର ଜବତ କରିବା ସହ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ସମସ୍ତ ଅଭିଯୁକ୍ତଙ୍କୁ ଆଇନ ଅନୁଯାୟୀ ଗିରଫ କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି। ତୃତୀୟ ଘଟଣାରେ ସିବିଚ୍ ଥାନା ମାମଲା ନମ୍ବର ୬୯, ତାରିଖ ୨୭.୦୨.୨୦୨୬, ଧାରା ୨୧ (ବି) / ୨୯ NDPS ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା। ସିବିଚ୍ ଥାନା ପୋଲିସ ତଦନ୍ତ ସମୟରେ ୯.୬୮ ଗ୍ରାମ ବ୍ରାଉନ୍ ସୁଗାର ଜବତ କରିବା ସହ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ପରେ ସେମାନଙ୍କୁ ଅଦାଲତକୁ ପ୍ରେରଣ କରାଯାଇଛି। ଏହି ତିନୋଟି ଘଟଣାରେ ମୋଟ ୩ଟି ମାମଲା ରୁଜୁ କରାଯାଇଥିବାବେଳେ ମୋଟ ୩୪.୧୬ ଗ୍ରାମ ବ୍ରାଉନ୍ ସୁଗାର ଜବତ ହୋଇଛି ଏବଂ ମୋଟ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପୁରୀ ପୋଲିସ ଜିଲ୍ଲାରେ ମାଦକଦ୍ରବ୍ୟ ବ୍ୟବସାୟକୁ ନିର୍ମୂଳ କରିବା ପାଇଁ କଠୋର ଭାବରେ ଅଭିଯାନ ଜାରି ରଖିଛି। ଏପରି ଅବୈଧ କାରବାରରେ ଜଡିତ ବ୍ୟକ୍ତିମାନଙ୍କ ବିରୋଧରେ ଆଗାମୀ ଦିନରେ ମଧ୍ୟ କଠୋର ଆଇନଗତ କାର୍ଯ୍ୟବାହୀ ହେବ।
ସାଧାରଣ ଲୋକଙ୍କୁ ଅନୁରୋଧ କରାଯାଉଛି ଯେ, ଯଦି କୌଣସି ମାଦକଦ୍ରବ୍ୟ ସମ୍ବନ୍ଧୀୟ ଅବୈଧ କାରବାର ବା ସନ୍ଦେହଜନକ କାର୍ଯ୍ୟକଳାପ ବିଷୟରେ ସୂଚନା ମିଳେ, ତେବେ ୧୧୨ରେ ପୁରୀ ପୋଲିସକୁ ଜଣାଇ ସହଯୋଗ କରନ୍ତୁ। ଆପଣଙ୍କ ସୂଚନା ଗୋପନୀୟ ରଖାଯିବ।

Leave a Reply

Your email address will not be published. Required fields are marked *