ଓଡ଼ିଶାର ଟେକ ରଖିବେ କି ଓଡ଼ିଶାର ଦୁଇ ଭଉଣୀ !

ସୋନି ଟିଭିର ଲୋକପ୍ରିୟ ରିୟଲିଟି ସୋ ମାଷ୍ଟର ସେଫ୍ ଇଣ୍ଡିଆରେ ଦେଖିବାକୁ ମିଳିବ ପୁରୀର ତଥା ଶ୍ରୀମନ୍ଦିର ସେବାୟତ ଘରର ବୋହୂ ଅଞ୍ଜୁ ପ୍ରଧାନଙ୍କ ଡିସ୍ ର ଜଲଓ୍ବା। ଭଉଣୀ ମଞ୍ଜୁ ଓଝାଙ୍କ ସହ ସେ ମାଷ୍ଟର ସେଫ୍ ଇଣ୍ଡିଆର ଫାଇନାଲ ରାଉଣ୍ଡରେ ପହଞ୍ଚିଛନ୍ତି। ତେବେ ଚୟନ ହୋଇଥିବା ଶହେ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ଚାରୋଟି ପର୍ଯ୍ୟାୟରେ ଏହି ଦୁଇ ଯୋଡ଼ି ଫାଇନାଲ ରାଉଣ୍ଡରେ ପହଞ୍ଚିଛନ୍ତି।‌ TOP 10 ରେ ସ୍ଥାନ ପାଇଛନ୍ତି ଅଞ୍ଜୁ ମଞ୍ଜୁ ଯୋଡ଼ି। ଦୁଇ ଭଉଣୀ ଅଞ୍ଜୁ ଓ ମଞ୍ଜୁଙ୍କ ଯୋଡ଼ି ଦ୍ବାରା ପ୍ରସ୍ତୁତ ଖାଦ୍ୟକୁ ବିଚାରକ ମାନେ ଖୁବ୍ ପ୍ରଶଂସା କରିଛନ୍ତି। ତେବେ ଓଡ଼ିଶାବାସୀ ତାଙ୍କ ଇନଷ୍ଟାଗ୍ରାମ ମାଧ୍ୟମରେ ଭୋଟିଂ କରି ଫାଇନାଲ ରାଉଣ୍ଡରେ ଜିତାଇବାକୁ ଦୁଇ ଭଉଣୀ ଅଞ୍ଜୁ ଓ ମଞ୍ଜୁ ନିବେଦନ କରିଛନ୍ତି। ବାଇଟ1- ଅଞ୍ଜୁ ପ୍ରଧାନ, ସେବାୟତ ଘରର ବୋହୂ,,,ଭିଓ- ସେପଟେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,,,ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମଧ୍ୟ ଦୁଇ ଉଣୀଙ୍କ ସଫଳତା କାମନା କରିବା ସହ ଓଡିଶାକୁ ଗୌରବାନ୍ୟୁତ କରନ୍ତୁ ବୋଲି ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଛନ୍ତି। ପୁରୀ ବାସିନ୍ଦା ତଥା ଶ୍ରୀମନ୍ଦିର ସେବାୟତ ପରିବାରର ବୋହୂ ଅଞ୍ଜୁ ପ୍ରଧାନ ପୁରୀର ପୂର୍ବତନ ନଗରପାଳ ଗୋରହରି ପ୍ରଧାନଙ୍କ ପତ୍ନୀ।

ସେହିପରି ଅଞ୍ଜୁ ୨୦୦୮ ରୁ ପୁରୀ ପୋରପାଳିକାର ୯ ନଂ ୱାର୍ଡ ରେ କାଉନସିଲର ଭାବେ ଲୋକଙ୍କ ସେବା କରିଥିଲେ। ଶ୍ରୀମନ୍ଦିର ବରିଷ୍ଠ ସେବାୟତ ପରିବାରର ସଦସ୍ୟ ହେଉଛନ୍ତି ଅଞ୍ଜୁ। ତେବେ ଅଞ୍ଜୁ ପ୍ରଧାନ ଏବଂ ତାଙ୍କ ବଡ଼ ଭଉଣୀ ମଞ୍ଜୁ ଓଝା ଦୁଇଜଣ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବାରେ ସିଦ୍ଧହସ୍ତ। ଏଥିପାଇଁ ସେ ଅନେକ ପ୍ରଶଂସାର ପାତ୍ର ମଧ୍ୟ ହୋଇଛନ୍ତି। ଏଣୁ ଓଡିଶା ପାଇଁ ଗୌରବ ଆଣିବା ପାଇଁ ଅଞ୍ଜୁ ମଞ୍ଜୁ ଯୋଡ଼ି ସୋନି ଟିଭିର ରିୟଲିଟି ସୋ ମାଷ୍ଟର ସେଫ୍ ରେ ସାମିଲ୍ ହୋଇଥିଲେ। ଦୁଇ ଭଉଣୀ ଅଞ୍ଜୁ ଓ ମଞ୍ଜୁ ଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ସ୍ବାଦିଷ୍ଟ ଡିସ୍ କୁ ମାଷ୍ଟର ସେଫ୍ ଇଣ୍ଡିଆର ବିଚାରକ ମାନେ ବେଶ୍ ପ୍ରଶଂସା କରିଛନ୍ତି। ଏଣୁ ଆଗାମୀ ଦିନରେ ଦୁଇ ଭଉଣୀ ଅଞ୍ଜୁ ଏବଂ ମଞ୍ଜୁ ମାଷ୍ଟର ସେଫ୍ ଇଣ୍ଡିଆ ଫାଇନାଲ ରାଉଣ୍ଡରେ ଉତ୍ତୀର୍ଣ୍ଣ ହୋଇ ଓଡ଼ିଶା ପାଇଁ ଗୌରବ ଆଣିବେ ବୋଲି ଶ୍ରୀମନ୍ଦିର ବରିଷ୍ଠ ସେବାୟତ ଗୌରହରି ପ୍ରଧାନ ଆଶା ରଖିଛନ୍ତି। ଓଡ଼ିଶାବାସୀ ଅଧିକାରୁ ଅଧିକା ଇନଷ୍ଟାଗ୍ରାମରେ ଯାଇ ଏହି ଯୋଡିକୁ ଭୋଟିଂ କଲେ ଦୁଇ ଭଉଣୀ ଅଞ୍ଜୁ ଓ ମଞ୍ଜୁ ଓଡ଼ିଶା ପାଇଁ ସଫଳତା ଆଣିବେ ବୋଲି ଆଶା ରଖିଛନ୍ତି।

Leave a Reply

Your email address will not be published. Required fields are marked *