ନାରୀଶକ୍ତି ବନ୍ଦନ ଅଧିନିୟମ ପଦଯାତ୍ରା

ବ୍ରହ୍ମପୁର,୧୩/୪/୨୬- ନାରୀ ସଶକ୍ତିକରଣ ଏବଂ ଆତ୍ମ ସମ୍ମାନର ସମ୍ବର୍ଦ୍ଧନା ଉଦ୍ଧେଶ୍ୟରେ ନାରୀଶକ୍ତି ବନ୍ଦନ ଅଧିନିୟମ ପଦଯାତ୍ରା ଆଜି ସକାଳ ୮ଘଣ୍ଟା ୩୦ମିନିଟରେ ଆୟୋଜିତ ହୋଇଯାଇଛି l ଏହି ପଦଯାତ୍ରା ବ୍ରହ୍ମପୁର ମହାତ୍ମା ଗାନ୍ଧୀ ଷ୍ଟାଡିୟମ ଠାରୁ ଆରମ୍ଭ ହୋଇ ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ଷ୍ଟାଡିୟମ ଠାରେ ଶେଷ ହୋଇଥିଲା l ଏହି ପଦଯାତ୍ରାରେ ମାନ୍ୟବର ବିଧାୟକ ଶ୍ରୀ କେ ଅନିଲ କୁମାର, ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ,ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର, ମହାନଗର ନିଗମ ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ,ଜିଲ୍ଲାପାଳ ୱି କୀର୍ତ୍ତି ୱାସନ,ମହାନଗର କମିଶନର ସୁଶ୍ରୀ ଏ ସସ୍ୟ ରେଡ୍ଡୀ , ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର,ଡେପୁଟି କମିଶନର ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା ପ୍ରମୁଖ ଉପସ୍ଥିତ ରହି ପଦଯାତ୍ରାର ଶୁଭାରମ୍ଭ କରିଥିଲେ l ପଦଯାତ୍ରା ପରେ ପରେ ଖଲିକୋଟ ଷ୍ଟାଡିୟମ୍ ଠାରେ ଏକ ସାଧାରଣ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ସଭାରେ ମୁଖ୍ୟ ଅତିଥି ଭାବେ ଆସ୍କା ସାଂସଦ ଶ୍ରୀମତୀ ଅନିତା ଶୁଭଦର୍ଶନୀ ଯୋଗଦେଇ ଏହି ପଦଯାତ୍ରାର ମୁଖ୍ୟ ଉଦ୍ଦେଶ୍ଵ ୩୩ପ୍ରତିଶତ ସଂରକ୍ଷଣ ଆସନ୍ତା ୧୮ତାରିଖ ରେ ମହିଳାମାନଙ୍କ ପାଇଁ ସଂସଦରେ ବିଲ ପାସ ହେବ । ଆମ ଇତିହାସ ସାକ୍ଷୀ ନାରୀର ମର୍ଯ୍ୟାଦା ସବୁବେଳେ ଥିଲା ଏବଂ ରହିବ । ସାହିତ୍ୟ ଓ ଐତିହ୍ୟ ନାରୀକୁ କେବେ ଅସମ୍ମାନ କରିନି । ଯୁବ ଶକ୍ତି ଆମ ସାହିତ୍ୟ ଓ ସଂସ୍କୃତି କୁ ବଞ୍ଚିତ ରଖିବେ ବୋଲି ଆଶା ବ୍ୟକ୍ତ କରିଥିଲେ l ନାରୀ ଶକ୍ତି କୁ କେହି ଅଟକାଇ ପାରିବେ ନାହିଁ l ସୁଭଦ୍ରା ଶକ୍ତି ଦ୍ଵାରା ନାରୀ ମାନେ ମାଲିକ ହୋଇପାରିଛନ୍ତି । ସ୍ୱଚ୍ଛ ଭାରତ ଅଭିଯାନରେ ଶୌଚାଳୟ ଯୋଜନା ରେ ନାରୀମାନେ ଉପକୃତ ହୋଇଛନ୍ତି । ପ୍ରଥମ ଥର ଆମ ଭାଗ୍ୟ ଆମେ ନିର୍ଣ୍ଣୟ କରିବା । ନୀତି ନିର୍ଧାରଣରେ ସହଭାଗିତା ରହିବ । ସମ୍ମାନର ସହିତ ନେତୃତ୍ୱ ନେବା ବୋଲି ନିଜ ବକ୍ତବ୍ୟରେ କହିଥିଲେ। ସମ୍ମାନିତ ଅତିଥି ଭାବରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ, ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର ନାରୀଶକ୍ତି ବନ୍ଦନ ଅଧିନିୟମ ୨୦୨୩ ରେ ପାସ ହୋଇଥିଲା । ୩୩ ପ୍ରତିଶତ ଅଧିକାର ଆଜି ଆମେ ପାଇବାକୁ ଯାଉଛନ୍ତି । ନାରୀ ସଶକ୍ତିକରଣ ରେ ଉଜ୍ଜ୍ୱଳ ଯୋଜନା ,ଜନଧନ ଯୋଜନା , ଶୌଚାଳୟ,ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଦି ବିଷୟରେ ଆଲୋକପାତ କରିଥିଲେ।

ଅନ୍ୟତମ ସମ୍ମାନୀତ ଅତିଥି ମହାନଗର ନିଗମ ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ ଯୋଗଦେଇ ନାରିଶକ୍ତି ସମସ୍ତ କ୍ଷେତ୍ରରେ ପାରଦର୍ଶିତା ହାସଲ କରିବା ଆବଶ୍ୟକ l ସାରା ଦେଶରେ ନାରୀମାନେ ସଶକ୍ତିକରଣ ନିହାତି ଆବଶ୍ୟକ ରହିଛି। ଶିକ୍ଷିତ ହେବା ନିହାତି ଜରୁରୀ ,ଶିକ୍ଷିତ ନହେଲେ ରାଜନୈତିକ କ୍ଷେତ୍ରରେ ଆମ ଅଧିକାର ସାବ୍ୟସ୍ତ କରିପାରିବା ନାହିଁ ତେଣୁ ଶିକ୍ଷା ହିଁ ମୂଳମନ୍ତ୍ର ବୋଲି କହିଥିଲେ ।ଅନ୍ୟତମ ଅତିଥି ଭାବରେ କମିଶନର ସସ୍ୟ ରେଡ୍ଡୀ, ଏମ୍ କମେଶ୍ୱରି ,ସଭାପତି ଆନ୍ଧ୍ର ଭାଷା ମହିଳା ସମାଜ, ଡ଼ା ଭାରତୀ ମିଶ୍ର ସ୍ତ୍ରୀ ରୋଗ ବିଶେଷଜ୍ଞ, ସ୍ୱର୍ଣ୍ଣପ୍ରଭା ପାଢ଼ୀ ସୁଲେଖିକା ,ଜାମୁଲା ଜୟଲକ୍ଷ୍ମୀ , ଲଳିତା ପ୍ରଧାନ ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷ ପ୍ରମୁଖ ମଞ୍ଚାସିନ ରହି ନାରୀ ସଶକ୍ତିକରଣ, ନାରୀ ଶିକ୍ଷା, ଅଧିକାର ଓ ସମ୍ମାନ ବିଷୟରେ ଆଲୋକପାତ କରିଥିଲେ।ଆଜିର ସଭାରେ ମହାନଗର କମିଶନର ସୁଶ୍ରୀ ରେଡ୍ଡୀ ସ୍ବାଗତ ଅଭିଭାଷଣ ରେ ଆଜି ହେଉଛି ଏକ ଐତିହାସିକ ଦିନ । ନାରୀମାନେ କୌଣସି କ୍ଷେତ୍ରରେ କମ୍ କୁହନ୍ତି ବୋଲି କହିଥିଲେ ।ଏହି ପଦଯାତ୍ରାରେ ବହୁ ସଂଖ୍ୟାରେ ନାରୀମାନେ,ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମକର୍ତ୍ତାଗଣ ଅଂଶ ଗ୍ରହଣ କରିଥିଲେ। ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ର କଳାକାରମାନେ ନୃତ୍ୟ ପରିବେଷଣ କରିଥିଲେ l

Leave a Reply

Your email address will not be published. Required fields are marked *