ମନମୋହୁଛି ପୂର୍ବଭାରତ ର ବଡ଼ ପ୍ରକଳ୍ପ ୱାଣ୍ଡ୍ରଲା ପାର୍କ

———————————————-ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱର ରୁ ଖୋର୍ଦ୍ଧା କୁ ଆସିଥିବା ୫ ନମ୍ବର ଜାତୀୟ ରାଜପଥ ପିତାପଲ୍ଲୀ ବାଇପାସ ଠାରୁ ମାତ୍ର ୫୦୦ ମିଟର ଦୂର କୁମାରବସ୍ତ ଠାରେ ମେ ମାସ ୨୪ ତାରିଖ ରୁ ଆରମ୍ଭ ହୋଇଥିବା ପୂର୍ବ ଭାରତ ର ମନୋରଞ୍ଜନ ଭିତ୍ତିକ ସବୁଠୁ ବଡ଼ ପ୍ରକଳ୍ପ ୱାଣ୍ଡ୍ରଲା ପାର୍କ ଆଣ୍ଡ ରିସର୍ଟ ରେ ଏକ ସାମ୍ବାଦିକ ସମ୍ମିଳନୀ ପାର୍କ ମୁଖ୍ୟ କଳ୍ପତରୁ ନାୟକ ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଯାଇଛି।୫୦ ଏକର ଜମିରୁ ବର୍ତ୍ତମାନ ସୁଦ୍ଧା ୩୫ ଏକର ଜମିରେ ଏହି ଅତ୍ୟାଧୁନିକ ପାର୍କ ଟି କାର୍ଯ୍ୟକାରିତା ହୋଇଥିବା ବେଳେ ଅବଶିଷ୍ଠ ୧୫ ଏକର ରେ ନୂତନ ଜ୍ଞାନ କୌଶଳ ରେ ନୂଆ ନୂଆ ବିଭିନ୍ନ ନୂଆ ପ୍ରକଳ୍ପ ଚାଲିବାକୁ ରହିଛି। ତେବେ ରାଜ୍ୟ ଓ ରାଜ୍ୟ ବାହାରୁ ଶହ ଶହ ସଂଖ୍ୟା ରେ ଦର୍ଶକ ଏଠାକୁ ଆସୁଥିବା ବେଳେ ଏଠାକାର ପରିବେଶ ସମସ୍ତଙ୍କ ମନ ମୋହୁଛି। ।ଏଠି ଜଳ ହ୍ରଦ,ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଦୋଳି,ଓ ବର୍ତ୍ତମାନ ର ଯୁବ ପିଢ଼ି କୁ ଲକ୍ଷ କରି ଅନ୍ୟାନ୍ୟ ଅତ୍ୟାଧୁନିକ ବ୍ୟବସ୍ଥା ହୋଇଛି।ପ୍ରତିଦିନ ଦିନ ୧୧ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଏହି ପାର୍କ ଖୋଲା ରହୁଥିବା ବେଳେ ଟିକେଟ ପାଇଁ online ଓ ଅଫ ଲାଇନି ବ୍ୟବସ୍ଥା ହୋଇଛି।ବର୍ତ୍ତମାନ ଜଣଙ୍କ ପାଇଁ ଟିକେଟ ମୂଲ୍ୟ ୧୦୦୦ ଟଙ୍କା ରଖାଯାଇଥିବା ବେଳେ ଖାଦ୍ୟ ,ନିଜର ସାମଗ୍ରୀ ରଖିବା ପାଇଁ ଲକର, ଓ ଡ୍ରେସ ପାଇଁ ଅଲଗା ଅର୍ଥ ପ୍ରଦାନ କରିବାକୁ ପଡିବ।ସେଇଭଳି ଭୁବନେଶ୍ୱର, ପୁରୀ,ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ର ପେଣ୍ଠ ସ୍ଥଳ ହୋଇଥିବାରୁ ଏଠିକୁ ବିଭିନ୍ନ ଅଞ୍ଚଳରୁ ପଢିବାକୁ ଆସୁଥିବା କଲେଜ ଓ ସ୍କୁଲ ପିଲା ମାନଙ୍କ ପାଇଁ ବିଶେଷ ୨୦ ପ୍ରତିଶତ ରିହାତି ବ୍ୟବସ୍ଥା ହୋଇଛି।ସେହିପରି ଜନ୍ମ ଦିନ ରେ ଦୁଇ ଜଣ ଟିକେଟ କଲେ ଆଉ ଜଣଙ୍କୁ ଗୋଟିଏ ମାଗଣା ଟିକେୟ ବ୍ୟବସ୍ଥା ପାର୍କ କର୍ତ୍ତୃପକ୍ଷ କରିଛନ୍ତି।ଏହି ବଡ଼ ପ୍ରକଳ୍ପ ରେ ବର୍ତ୍ତମାନ ସୁଦ୍ଧା ୪୦୦ ଜଣ ନିଯୁକ୍ତି ପାଇଥିବା ୩୦ ପ୍ରତିଶତ ସ୍ଥାନୀୟ ଅଞ୍ଚଳର ବେକାର ଯୁବକ ଯୁବତୀ ନିଯୁକ୍ତି ପାଇଛନ୍ତି।ତେଣୁ ପୁର୍ବ ଭାରତ ର ଏହି ବଡ଼ ମନୋରଞ୍ଜନ ଭିତ୍ତିକ ପାର୍କ ଓ ରିସର୍ଟ କୁ ସାଧାରଣ ଲୋକ ଆସନ୍ତୁ ଓ ଏହାର ସମସ୍ତ ସୁବିଧା ସୁଯୋଗ ନିଅନ୍ତୁ ବୋଲି ପାର୍କ ମୁଖ୍ୟ କଳ୍ପତରୁ ନାୟକ କହିଥିଲେ।

ଖୋର୍ଦ୍ଧା ରୁ ପ୍ରମୋଦ କୁମାର ମହାପାତ୍ର ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର ଲାଇଭ

Leave a Reply

Your email address will not be published. Required fields are marked *