ବିରିଡି ବ୍ଲକ ଉକୁନ୍ଦୁରା ପଂଚାୟତ ରେ ଲଉଡି ଖୋଳ ପ୍ରତିଯୋଗିତା

ଲଉଡ଼ି ଖେଳ ଗୋପାଳ କୁଳର ଏକ ପାରମ୍ପାରିକ ମହାନ ପରମ୍ପରା | ମହାପୁରୁଷ ଅଚ୍ୟୁଦାନନ୍ଦ ରାଧାକୃଷ୍ଣଙ୍କ ଦର୍ଶନ ଓ ଭାବପ୍ରୀତିକୁ ଲଉଡ଼ି ବା ଗୋପାଳ ଓଗାଳ ମାଧ୍ୟମରେ ରଚନା କରିଛନ୍ତି | ଲଉଡି ଖେଳରେ ବହୁ ଆଧ୍ୟାତ୍ମିକ , ସାମାଜିକ ଓ ସାଂସ୍କୃତିକ ଭାବନା ସ୍ବତପ୍ରତ ଭାବରେ ଜଡିତ ରହିଛି ବୋଲି ବହୁ ମହାମନୀଶ ମତବ୍ୟକ୍ତ କରିଛନ୍ତି | ମାନବ ଜାତିକୁ ଆଧ୍ୟାତ୍ମିକ ଚେତନା ପ୍ରଦାନ କରିବାରେ ଲଉଡି ଖେଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି

| ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ଗୋପାଳପୁଅଙ୍କ ସହିତ ମିଶି ଲଉଡି ଖେଳିଥିଲେ ବୋଲି ବିଭିନ୍ନ ମହାପୁରୁଷମାନଙ୍କ ରଚନାବଳିରେ ପ୍ରମାଣ ରହିଛି | ଏହି ପରିପେକ୍ଷିରେ ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ରାୟ ରଘୁନାଥପୁର ଉକୁନ୍ଦରା ଠାରେ ନାରାୟଣ ପିଠା ସ୍ତଳୀରେ ଏକ ଲଉଡ଼ି ମହୋତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି | ଏହି ମହୋତ୍ସବ ରେ ମୁଖ୍ୟଅତିଥିଭାବେ ଶିକ୍ଷ୍ୟାବିତ ଗୋପାଳ ଚନ୍ଦ୍ର ମିଶ୍ର ଯୋଗଦେଇ ଏହି ଲଉଡ଼ି ମାହୋଛବ କୁ ଉଦ୍ଘାଟନ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ରାୟ ରଘୁନାଥପୁର ଯୁବକ ସଂଘ ସମ୍ପାଦକ ଆଇନୀଜୀବୀ ରଶ୍ମି କାନ୍ତ ବେହେରା କ୍ଳବ ର ସଦସ୍ୟ ବନମାଳୀ ବେହେରା , ଜ଼ିଲ୍ଲାପରିଷଦ ଚନ୍ଦ୍ର ଶେଖର ଦାଶ ପ୍ରମୁଖ ଯୋଗଦେଇ ଆସିଥିବା ବେଳେ, ଏହି ପ୍ରତିଯୋଗିତା ରେ ଦଶଗୋଟି ଲଉଡ଼ି ଖେଳାଳି ଭାଗ ନେଇଥିଲେ । ଶେଷରେ ବିଜେତା ଦଳକୁ ଅତିଥି ମାନେ ପୁରସ୍କୃତ କରିଥିଲେ | ଏହି ଲଉଡ଼ି ମହୋତ୍ସବ ପରମ୍ପରା ଦୀର୍ଘ 18 ବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଅଛି ,ଏହି ସମସ୍ତ କାର୍ଯ୍ୟ କ୍ରମକୁ ରାୟ ରଘୁନାଥପୁର ଯୁବକ ସଂଘ ର ସଦସ୍ୟ ଓ ଗ୍ରାମବାସୀ ମାନେ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *