ରାଷ୍ଟ୍ରୀୟ ମର୍ଯ୍ୟାଦା ର ସହ ଶାନ୍ତିଲତା ଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ

ପୁରୀ ୨/୪ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ବିଶିଷ୍ଟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କ ଶେଷକୃତ୍ୟ ପୁରୀ ସ୍ୱର୍ଗଦ୍ବାର ଠାରେ ସମ୍ପର୍ଣ୍ଣ ହୋଇଥିଲା। ଗାର୍ଡ ଅଫ ଅନର ପ୍ରଦାନ କରାଯାଇ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସତ୍କାର କରାଯାଇଥିଲା।ଶାନ୍ତିଲତା ଙ୍କ ବଡପୁଅ ଅଭିଷେକ ଛୋଟରାୟ ମୁଖାଗ୍ନି ଦେଇଥିଲେ।ସ୍ୱର୍ଗଦ୍ବାରରେ ଶାନ୍ତିଲତା ଙ୍କ ମରଶରୀର ପହଞ୍ଚିବା ପରେ ସତ୍କାର ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା।ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,

ଅତିରିକ୍ତ ଉପ ଜିଲ୍ଲାପାଳ ନିଳମାଧବ ମାଝି ସ୍ୱର୍ଗଦ୍ବାରରେ ପହଞ୍ଚି ସମସ୍ତ ବ୍ୟବସ୍ଥା କୁ ତଦାରଖ କରିବା ସହ ମରଶରୀର ରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।ଅତିରିକ୍ତ ଏସ ପି ଦେବବ୍ରତ ଚକ୍ର, ସିଟି ଡିଏସପି ପ୍ରଶାନ୍ତ କୁମାର ସାହୁ ମଧ୍ୟ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ସି ବିଚ ଥାନା ଅଧିକାରୀ ମାନସ ରଞ୍ଜନ ଚକ୍ର ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଶେଷକୃତ୍ୟ ରେ ଶାନ୍ତିଲତା ଙ୍କ ପରିବାର ସଦସ୍ୟ, ସମ୍ପର୍କୀୟ, ଓ ତାଙ୍କୁ ଓ ତାଙ୍କ ଭଜନ କୁ ଭଲ ପାଉଥିବା ଅନେକ ଶୁଭେଛୁ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *