ଉପଖଣ୍ଡ ଦିବ୍ୟାଙ୍ଗ ମହାମଞ୍ଚ ପକ୍ଷରୁ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳିତ

ଉଦଳା, ତା ୩/୧୨ : ଆଜି ଉଦଳା ‘ସନ୍ଧାନ ଗୃହ’ ଠାରେ “ବିଶ୍ୱ ଦିବ୍ୟାଙ୍ଗ ଦିବସ” କପ୍ତିପଦା ଉପଖଣ୍ଡ ଦିବ୍ୟାଙ୍ଗ ମହାମଞ୍ଚ ପକ୍ଷରୁ ପାଳନ ହୋଇଯାଇଛି । ବରିଷ୍ଠ ନାଗରିକ ତଥା ବିଶିଷ୍ଟ କଳାକାର ସନ୍ତୋଷ ବେହେରାଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ,ମୁଖ୍ୟ ବକ୍ତା ଭାବେ ଉଦଳା ନଗରପାଳ ପ୍ରମିଳା ପଣ୍ଡା, ସ୍ୱତନ୍ତ୍ର ଅତିଥି ଭାବେ ପୁର୍ବତନ ବିଧାୟକ ଶ୍ରୀନାଥ ସୋରେନ୍ ଓ ସମ୍ମାନୀତ ଅତିଥି ଭାବେ ଶ୍ରୀଯୁକ୍ତ ବ୍ରଜସୁନ୍ଦରମ୍ ଯୋଗ ଦେଇ ବିଶ୍ୱ ଦିବ୍ୟାଙ୍ଗ ଦିବସର ତାତ୍ପର୍ଯ୍ୟ ,ଆଭିମୁଖ୍ୟ ଓ ଲକ୍ଷ ସମ୍ପର୍କରେ ଵିଶେଷ ଆଲୋକପାତ କରିଥିଲେ । ସେହିପରି ଦିବ୍ୟାଙ୍ଗଙ୍କ ସାମାଜିକ ସୁରକ୍ଷା,ପ୍ରଶାସନିକ ଦାୟିତ୍ୱ ଓ ବ୍ୟକ୍ତିଗତ ଅଧିକାର ନେଇ ଅତିଥି ମାନେ ମତ ପ୍ରକାଶ କରିଥିଲେ । ବରିଷ୍ଠ ସାମ୍ବାଦିକ ହିମାଦ୍ରୀ ଶେଖର ପାଲ ମଞ୍ଚ ପରିଚାଳନା କରିଥିଲେ । ଉପଖଣ୍ଡ ଦିବ୍ୟାଙ୍ଗ ମହାମଞ୍ଚ ର ସଭାପତି ରାମ ରଞ୍ଜନ ଦାସ ଓ ସମ୍ପାଦକ ଶିଶିର ପରିଛା ପ୍ରମୂଖ ମଞ୍ଚରେ ଆସନ୍ନ ହୋଇ ଦିବ୍ୟାଙ୍ଗଙ୍କ ସମସ୍ୟା ଓ ଆଇନଗତ ଦିଗ ବିଷୟରେ ଉଲେଖ କରିଥିଲେ । ପ୍ରଥମେ ଥାନା ସମୁଖରୁ ଏକ ଅଭିନବ ଢଙ୍ଗରେ ଦିବ୍ୟାଙ୍ଗ ଭଜନ ମଣ୍ଡଳୀ ଦ୍ୱାରା ଭଜନ ପରିବେଷଣ ପୂର୍ଵକ ବିଶାଳ ସଭାଯାତ୍ର ସହର ପରିକ୍ରମା କରିଥିଲା । ଏହି ଅବସରରେ ସମସ୍ତ ଦିବ୍ୟା ଙ୍ଗ ଙ୍କୁ ମହାମଞ୍ଚ ପକ୍ଷରୁ କମଳ ବଣ୍ଟନ କରାଯାଇଥିଲା । ଉପଖଣ୍ଡ ରୁ ଶତାଧିକ ଦିବ୍ୟାଙ୍ଗ ପୁରୁଷ ଓ ମହିଳା ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *