ବିଶ୍ଵ ପରିବେଶ ଦିବସ ପାଳିତ

ବିଶ୍ଵ ପରିବେଶ ଦିବସ ପାଳିତ ରାୟଗଡା ତା ୫.୦୬.୨୪ ବିଶ୍ଵ ପରିବେଶ ଦିବସ ପାଳନ ଉପଲକ୍ଷେ ଜେକେପୁର ସ୍ଥିତ ଲକ୍ଷ୍ମୀପତ ସିଙ୍ଘାଣିଆ ହାଇସ୍କୁଲ ଦ୍ଵାରା ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଜେକେ କାଗଜ କଳର ମୁଖ୍ୟ ଶ୍ରୀ ବିନୟ କୁମାର ଦ୍ବିବେଦୀ ଓ ସ୍କୁଲର ସଂଯୋଜକ ଶ୍ରୀ ସନ୍ଦୀପ କୁମାର ପାଣ୍ଡେଙ୍କ ପ୍ରୋତ୍ସାହନ କ୍ରମେ ଏହି କାର୍ଯ୍ୟକ୍ରମଟି କରାଯାଇଥିଲା। ଏହି ଅବସରରେ ମୁଖ୍ୟଅତିଥି ଭାବେ କୋଲନରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସୌମ୍ୟରଞ୍ଜନ ନାୟକ ଓ ଡାକ୍ତର ରଶ୍ମୀ ପ୍ରଭା ଦାଶ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ। ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ,କର୍ମଚାରୀ,ଏନ ସି ସି କ୍ୟାଡେଟ,ଛାତ୍ରଛାତ୍ରୀ ଏହି ଅବସରରେ ସାମିଲ ହୋଇ ସ୍କୁଲର ପ୍ରାଙ୍ଗଣରେ ବୃକ୍ଷ ରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଇକୋ କ୍ଲବର ମୁଖ୍ୟ ଶ୍ରୀ ଜି ଡି ଆର ପି ପଟ୍ଟନାୟକ,ଏନ ସି ସି ଶିକ୍ଷକ ଶ୍ରୀ ଭାସ୍କର ରାଓ, ଶ୍ରୀମତୀ ଅଳ୍ପନା ରାଇ,ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ପୁରାତନ ଛାତ୍ର ଜାହିରିଦ୍ଦିନି ଖାଁ ସହଯୋଗ କରିଥିବା ବେଳେ ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ଅରୁଣ କୁମାର କର କାର୍ଯ୍ୟକ୍ରମ ପରିଚାଳନା କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *