ୟୁଭା କ୍ଲବ ପକ୍ଷରୁ ସମ୍ବର୍ଦ୍ଧନା ସଭା
ଯାଜପୁର ରୋଡ଼ ର ଅଗ୍ରଣୀ ୟୁଭା କ୍ଲବ ପକ୍ଷରୁ ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ବିଭିନ୍ନ କ୍ଷେତ୍ରରେ ପାରିଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ୟୁଭା କ୍ଲବର ସଭାପତି ତଥା ବ୍ୟାସନଗର ପୌର ପରିଷଦର ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ବଳଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଯାଜପୁର ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ଭବପ୍ରସାଦ ଦାସ, ବ୍ୟାସନଗର ପୌର ପରିଷଦର ପୂର୍ବତନ ଅଧ୍ୟକ୍ଷl ସବିତା ରାଉତ ଓ ସରୋଜିନୀ ବଳ, ଶ୍ରମିକ ନେତା ବିଦ୍ୟାଧର ମହାନ୍ତି, ସମାଜସେବୀ ରବିନାରାୟଣ ପୁହାଣ ଓ ରାକେଶ ରାଉତ ଅତିଥିଭାବେ ଯୋଗଦେଇଥିଲେ l

ଏହି କାର୍ଯ୍ୟକ୍ରମରେ ବ୍ୟାସନଗର ସହରର ବିକାଶ ପାଇଁ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ସହିତ ଶାନ୍ତି କମିଟି ଓ ବିଭିନ୍ନ କାଳୀପୂଜା କମିଟି ର ମେମ୍ବର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ବିଭିନ୍ନ ୱାର୍ଡର କାଉନସିଲର ଓ ବୃଦ୍ଧିଜୀବି ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା l କ୍ଲବ ତରଫରୁ ସମସ୍ତଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ ମଧ୍ୟ କରାଯାଇଥିଲା l
