୬୧ ବୋତଲ କଫ ସିରଫ୍ ଜବତ, ଅଭିଯୁକ୍ତ କୋର୍ଟ ଚାଲାଣ

ପୁରୀ,୧୧.୦୪- ପୁରୀ ଶ୍ରୀମନ୍ଦିର ଉତ୍ତରଦ୍ଵାର ବଣୁଆ ଗଳିରେ ବେଆଇନ୍ ଭାବେ କୋରେକ୍ସ ବିକ୍ରି କରୁଥିବା ଅଭିଯୋଗରେ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ଚଢ଼ାଉ କରି ୫୦ ବର୍ଷିୟ ରାଜକିଶୋର ପୃଷ୍ଟିଙ୍କୁ ଗିରଫ କରିଥିଲା। ଏନେଇ ଟାଉନ ଥାନାରେ ୧୩୩/୨୦୨୪ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ନିକଟରୁ ୬୧ଟି ବୋତଲ କଫ ସିରଫ ସହ ନଗଦ ୪୨୦ ଟଙ୍କା ଜବତ କରାଯାଇଥିବା ଥାନା ଅଧିକାରୀ ସୁନିଲ କୁମାର ପ୍ରଧାନ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *