+୩ ଆଦର୍ଶମହାବିଦ୍ୟାଳୟ ପକ୍ଷରୁ ଯୁବଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ
ରାୟଗଡା ତା ୨୦-୧୨-୨୩ ରାୟଗଡା+୩ଆଦର୍ଶ ମହାବିଦ୍ୟାଳୟ ପକ୍ଷରୁ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନୁଷ୍ଠାନର ଅଧ୍ୟକ୍ଷ ଡ ବିପ୍ର କୁମାର ମଲ୍ଲିକ ଅଧ୍ୟକ୍ଷତା କରିଥିଲେ । ସମ୍ମାନୀୟ ଅତିଥି ଭାବେ ରାୟଗଡା ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅନୁସୂୟା ମାଝୀ, ଯୁବ ଓଡ଼ିଶା ନବୀନ ଓଡ଼ିଶା ଜିଲ୍ଲା ସଂଯୋଜକଶ୍ରୀ ପି ଗୌରୀ ଶଙ୍କର,ନୋଡାଲ ଅଧିକାରୀ ଡ ପବିତ୍ର ମୋହନ ପ୍ରଧାନ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ଆବାହକ ଡ ସଂଯୁକ୍ତା କୁମାରୀ ମାଝୀଙ୍କ ତତ୍ତ୍ଵାବଧାନରେ ରଙ୍ଗମଞ୍ଚିୟ କାର୍ଯ୍ୟ ଅନୁଷ୍ଠିତ ହୋଇ ଥିବାବେଳେ ଏମ କଲ୍ୟାଣ କୁମାର ସଂଯୋଜନା କରିଥିଲେ । ଡ଼ କୈଳାସ ମଲ୍ଲିକ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ ।
ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ରାୟଗଡା ।
