ରାଜ୍ୟସ୍ତରୀୟ ୧୨୭ତମ ଡ଼ ହରେକୃଷ୍ଣ ମହତାବ ଜୟନ୍ତୀ
ଭୁବନେଶ୍ୱର,୨୧/୧୧ : ରାଜ୍ୟସ୍ତରୀୟ ୧୨୭ତମ ଡ଼ ହରେକୃଷ୍ଣ ମହତାବ ଜୟନ୍ତୀ ରାଜଧାନୀରେ ଧୁମ୍ଧାମ୍ରେ ପାଳିତ ହୋଇଯାଇଛି । ପୂର୍ବାହ୍ନରେ ଜୟନ୍ତୀ କମିଟି ପକ୍ଷରୁ ପିଏମ୍ଜି ଛକଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ପୃଥିବୀରାଜ୍ ହରିଚନ୍ଦନ, ପିସିସି ସଭାପତି ଭକ୍ତ ଚରଣ ଦାସ, ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଜେନା, ବିଜେଡି ନେତ୍ରୀ ସୁଲତା ଦେଓ ଯୋଗଥିଲେ । ଏହି ଅବସରରେ ସେମାନେ କହିଥିଲେ ଯେ, ରାଜ୍ୟରେ ମହତାବଙ୍କ ଅବଦାନ ଅତୁଳନୀୟ । ତାଙ୍କ ଅବର୍ତମାନରେ ସେ କହିଯାଇଥିବା, କରିଯାଇଥିବା ଓ ଦେଖାଇଯାଇଥିବା ରାସ୍ତାକୁ ରାଜନୈତିକ ବ୍ୟକ୍ତି ଅନୁସରଣ କରୁଛନ୍ତି । ଏବେ ସମାଜରେ ଖଣ୍ଡା ତଳୱାର ଦରକାର ନାହିଁ, ସ୍ୱାଧିନତା ଭାରତରେ ସ୍ୱର ଉତଳନ କରି ନିଜର ହକ୍ ଆଦାୟ କରିବାକୁ ହେବ ।

ଜୟନ୍ତୀ କମିଟିର ସାଧାରଣ ସମ୍ପାଦକ ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ଏଡି ଉତ୍ସବରେ ୧୭ଜଣଙ୍କୁ ଡ଼ ମହତାବ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ଯୁବ ନେତା ସଂଗ୍ରାମ କେଶୋରୀ ପାଇକରାୟ ଧନ୍ୟବାଦ ପ୍ରଦାନ କରିଥିଲେ । ପିଏମ୍ଜି ଛକରୁ ୪୫ଟି ପାଇକ ଦଳ କଳା କୌଶଳ ପଦର୍ଶନ କରି ମାଉସି’ମା ମନ୍ଦିର ପର୍ଯ୍ୟନ୍ତ ଶୋଭାଯାତ୍ରା କରିଯାଇଥିଲେ । ସେଠାରେ ଜୟନ୍ତୀ କମିଟି ସମ୍ପାଦକ ଶ୍ରୀ ରାଉତରାୟ, ସଂଗ୍ରାମ ପାଇକରାୟ, ସାମ୍ବାଦିକ ସନତ ମିଶ୍ର, କ୍ୟାପଟେନ୍ ମନ୍ମଥ ରାଉତ୍ରାୟ, ସିଦ୍ଧାର୍ଥ ରାଉତରାୟ, ଗଦାଧର ଦାସ, ଯୋଗେନ୍ଦ୍ର ପ୍ରଧାନ, ଶ୍ରୀବତ୍ସ ପତି, ବାବନ ମହାପାତ୍ର, ପ୍ରକାଶ ଜେନା, ପ୍ରକାଶ ମହାନ୍ତି, ନିଳମଣୀ ମିଶ୍ର ପ୍ରମୁଖ ବିଭିନ୍ନ ପାଇକ ଦଳଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
