ସ୍କୁଲ ଛାତ୍ରୀ ଙ୍କୁ ଅସଦାଚରଣ
ସ୍କୁଲ ଛାତ୍ରୀ ଙ୍କୁ ଅସଦାଚରଣ କରିଥିବା ଏକ ଘରୋଇ ସ୍କୁଲର ପ୍ରିନ୍ସିପାଲଙ୍କୁ ପୋଲିସ ଖଜୁଛି | ଫ୍ରଣ୍ଟିଏର ମଡନ ସ୍କୁଲର ପ୍ରିନ୍ସିପାଲ ସ୍କୁଲ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ବ୍ଡ଼ବଜାର ଥାନା ପୋଲିସ ଗିରଫ କରିବା ବଦଳରେ ପ୍ରିନ୍ସିପାଲଙ୍କୁ ଘୋଡ଼ଉ ଥିବା ଅଭିଯୋଗ କରି ବ୍ରହ୍ମପୁର ଏସ୍ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି ପିଡ଼ିତା ର ବାପା I ବ୍ରହ୍ମପୁର ବଡ଼ବଜା ର ଥାନା ଅନ୍ତର୍ଗତ ଫ୍ରଣ୍ଟିଏର ମଡନ ସ୍କୁଲର ପ୍ରିନ୍ସିପାଲଙ୍କ ନାଁରେ ଆସିଛି ଗୁରୁତର ଅଭି ଯୋଗ । ସେହି ସ୍କୁଲର ଜଣେ ଛାତ୍ରୀଙ୍କୁ ବ୍ୟାଡମିଣ୍ଟନ ଶିଖାଇବା ବାହାନା ରେ ଅସଦାଚରଣ କରିଛନ୍ତି ସ୍କୁଲ ର ପ୍ରିନ୍ସିପାଲ ପ୍ରମୋଦ ମହାଙ୍କୁଡ଼ । ଗତ ୨୦୨୩ ଗ୍ରୀଷ୍ମ ଅବକାଶ ସମୟରେ ସ୍କୁଲ ପକ୍ଷରୁ ବ୍ୟାଡମିଣ୍ଟନ ପ୍ରଶିକ୍ଷଣ ପାଇଁ ବ୍ୟବସ୍ଥା ହୋଇଥିଲା । ଛାତ୍ରୀ ଜଣଙ୍କ ସେହି ପ୍ରଶିକ୍ଷଣ ରେ ଭାଗ ନେଉଥିଲେ । ସେହି ସମୟରେ ଟ୍ରେନିଂ ସରିଲେ, ସ୍କୁଲର ପ୍ରିନ୍ସିପାଲ ପ୍ରମୋଦ ମହାଙ୍କୁଡ଼ ତାଙ୍କୁ ଗୋଟିଏ କୋଠରୀକୁ ନେଇ ତାହା ସହ ଅସଦାତରଣ କରୁଥିଲେ।ପୁଣି ଏହି ବର୍ଷ ୨୦୨୪ରେ ବି ଠିକ୍ ସେହିଭଳି ଛାତ୍ରୀ ଜଣଙ୍କ ଗ୍ରୀଷ୍ମ ଅବକାଶ ଟ୍ରେନିଂରେ ଥିବା ବେଳେ ଟ୍ରେନିଂ ପରେ ତାଙ୍କୁ ଏକ କୋଠରୀକୁ ନେଇ ଅସଦାଚରଣ କରିଥିଲେ I ଏଭଳିକି ବାପାଙ୍କୁ କହିଲେ ତାଙ୍କୁ ସ୍କୁଲରୁ ବାହାର କରିଦେବେ ବୋଲି ଧମକ ଦେଇଥିଲେ । କିନ୍ତୁ ଅସହ୍ୟ ହେବା ରୁ ଛାତ୍ରୀ ଜଣଙ୍କ ତାଙ୍କ ବାପାଙ୍କୁ ଅଭି ଯୋଗ କରିଥିଲେ | ପରେ ତାଙ୍କ ବାପା ଗତ ୩୧ତାରିଖ ରେ ଥାନା ରେ ଅଭିଯୋଗ କରି ଅଭିଯୁକ୍ତ ପ୍ରିନ୍ସିପାଲ ପ୍ରମୋଦ ମହାଙ୍କୁଡ଼ଙ୍କୁ ଗିରଫ କରିବା କୁ ଦାବି କରିଥିଲେ। ପୋଲିସ ଅଭିଯୋଗ ପ୍ରକା ରେ, ଛାତ୍ରୀଙ୍କୁ ସିଡବ୍ଲ୍ୟୁସି, କୋର୍ଟରେ ହାଜର କରି ବୟାନ ରେକର୍ଡ କରିଥିଲେ। ପରେ ଏହି ମାମଲା ରେ ଅଭିଯୁକ୍ତ ଙ୍କୁ ଗିରଫ କରିବାକୁ ଯିବା ବଦଳରେ ସେ କେଉଁଆଡ଼େ ଫେରାର ହୋଇଯାଇଥିବ ପୋଲିସ କହୁଛି ବୋଲି କହିଛନ୍ତି ଛାତ୍ରୀଙ୍କ ପିତା । ଏତେ ଦିନ ହେଲା ପୋଲିସ ଗିରଫ ନ କରିବା ରୁ ଶେଷରେ ସେ ବ୍ରହ୍ମପୁର ଏସ୍ପିଙ୍କୁ ଭେଟି ଅଭିଯୋଗ କରିଛନ୍ତି। ତେବେ ଅତିଶୀଘ୍ର ଅଭିଯୁକ୍ତ କୁ ଗିରଫ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଅତିରିକ୍ତ ଏସ୍ପି।
