+୨ ପରୀକ୍ଷା ଫଳକୁ ନେଇ ଲର୍ଣ୍ଣ ମି ଏକାଡ଼େମିରେ ଖୁସିର ସେଲିବ୍ରେଶନ
+୨ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଯାଜପୁର ରୋଡ଼ ସ୍ଥିତ ଲର୍ଣ୍ଣ ମି ଏକାଡେମିରେ ଖୁସିର ସେଲିବ୍ରେଶନ ପାଳନ ହୋଇଯାଇଛି l ଏହି ଏକାଡେମୀ ରେ ଦିଆ ଯାଉଥିବା ଶିକ୍ଷାକୁ ଗ୍ରହଣ କରି ନିଜ ଶିକ୍ଷା କ୍ଷେତ୍ରରେ ପାରଦର୍ଶିତା ହାସଲ କରିବାରେ ସଦା ସର୍ବଦା ଚେଷ୍ଟିତ ଥିଲେ ବିଦ୍ୟାର୍ଥୀ l ଏକାଡେମୀର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ପ୍ରଚେଷ୍ଟା ବଳରେ ବିଦ୍ୟାର୍ଥୀ ମାନେ ଖୁବ୍ ଭଲ ନମ୍ବର ରଖିଥିବା ବେଳେ ସଫଳତାର ଶ୍ରେୟ ତାଙ୍କ ଏକାଡେମୀକୁ ଓ ବ୍ୟାସନଗର ମହାବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଦେଇଛନ୍ତି ଚେୟାରମ୍ୟାନ ସୁବ୍ରତ ସାହୁ l ପିତାମାତାଙ୍କ ଆଶ୍ରିବାଦ ସଦା ସର୍ବଦା ରହିବା ସହ ଶିକ୍ଷକଙ୍କ ଗୁରୁଜ୍ଞାନ ଆଗାମୀ ଭବିଷ୍ୟତ ଶିକ୍ଷା ପାଇଁ ଫଳ ପ୍ରଦ ବୋଲି ମଧ୍ୟ ସେ କହିଛନ୍ତି l
