20 କୋଟିର ରାସ୍ତା। 20 ଦିନ ପରେ ଖାଲ ଖମା l
ଏହାର ନିଛକ ଉଦାହରଣ ଦେଖିବାକୁ ମିଳିଛି ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମିତ ପୁରୁଣା ପିପିଲି କୋଣାର୍କ ରାସ୍ତା ଠାରୁ ଭାୟା ପାଟପୁର ବାମନାଳ ବଳଙ୍ଗା ରାସ୍ତା। ଏହି ରାସ୍ତା ପାଇଁ ଖର୍ଚ୍ଚ ହୋଇଛି 20 କୋଟି ଟଙ୍କା। ତେବେ ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ 20 କୋଟିର ରାସ୍ତା ନିର୍ମାଣ ହେବାର 20 ଦିନ ପରେ ଖାଲ ଖମା ହୋଇଛି। ଏହାଛଡ଼ା ଗେଟା ସିମେଣ୍ଟରେ କାମ ହୋଇଥିବାରୁ ସିମେଣ୍ଟର କଡା ଅଂଶ ନ ଥିବାରୁ ସିମେଣ୍ଟ ଗୁଣ୍ଡରେ ଲୋକେ ଅତିଷ୍ଟ ହେଉଥିବା ଅଭିଯୋଗ କହିଛନ୍ତି। ସମ୍ପୂକ୍ତ ଠିକାଦାର ରାସ୍ତା ନିର୍ମାଣ କରୁଥିବା ବେଳେ ପାଟପୁର ଗ୍ରାମ ମୁଣ୍ଡରେ ଥିବା ଏକ ଗଛ ମୂଳେ ସିମେଣ୍ଟ ଗଦେଇ ରଖିଥିଲେ। ଗତ କିଛି ଦିନ ତଳେ ହୋଇଥିବା ଲଗାଣ ବର୍ଷାରେ ସିମେଣ୍ଟ ଭିଜି ଗେଟା ହୋଇ ଯାଇଥିଲା। ସେହି ଭିଜା ସିମେଣ୍ଟରେ କଂକ୍ରିଟ ରାସ୍ତା ନିର୍ମାଣ ହୋଇଥିବା ବେଳେ ଏହି ରାସ୍ତାର ଦୀର୍ଘ ସ୍ଥାୟିତ୍ୱକୁ ନେଇ ଗ୍ରାମବାସୀ ଏବେ ପ୍ରଶ୍ନ ଉଠାଇଛନ୍ତି। ରାସ୍ତା ନିର୍ମାଣ ସରୁ ସରୁ ଗୋଡି ସବୁ ବାହାରି ଦେଖା ଯାଉଥିବା ବେଳେ ରାସ୍ତା ମଝିରେ ମଝିରେ ଖାଲ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି।ରାସ୍ତାର ଲେବୁଲ ଠିକ ନ ଥିବାରୁ ରାସ୍ତାରେ ପାଣି ଜମି ଗାଡି ମଟର ଯାତାୟାତ କରିବା ଦ୍ୱାରା ଲୋକଙ୍କ ଘରକୁ ରାସ୍ତା ପାଣି ଛିଟିକିବା ସହ ସିମେଣ୍ଟ ଗୁଣ୍ଡ ଉଡି ଲୋକେ ଅତିଷ୍ଟ ହେଉଥିବା ଅଭିଯୋଗ କରିଛନ୍ତି। ରାସ୍ତାର ଅବସ୍ଥା ଏପରି ହୋଇଥିବା ବେଳେ ସମ୍ପୂକ୍ତ ଠିକାଦାର ସମ୍ପୂର୍ଣ ବିଲ ନେଇ ଯାଇଥିବା ତଦାରଖ କରୁଥିବା ଜେଇ ସୂଚନା ଦେଇଛନ୍ତି। ସମ୍ପୂକ୍ତ ସଂସ୍ଥା ଏଭଳି ନିମ୍ନ ମାନର କାର୍ଯ୍ୟ କରୁଥିବା ବେଳେ ତଦାରଖ ଦାୟିତ୍ୱରେ ଥିବା ପୂର୍ତ୍ତ ବିଭାଗ ଅଧିକାରୀ ମାନେ କରୁଥଲେ କଣ। ଯଦି ଉଚିତ ତଦାରଖ କରାଯାଇଥାନ୍ତା ରାସ୍ତାର ଅବସ୍ଥା 20 ଦିନ ପରେ ଏପରି ହୋଇ ନ ଥାନ୍ତା।ତେବେ ରାସ୍ତା ନିର୍ମାଣରେ ହୋଇଥିବା ଅନିୟମିତତା ଉପରେ ଜିଲ୍ଲା ପୂର୍ତ୍ତ ବିଭାଗ ଅଧିକାରୀ ଦୃଷ୍ଟି ଦେଇ ତଦନ୍ତ କରିବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି।
