ଜମୁଛି ମା ଗଜଲକ୍ଷ୍ମୀ ପୂଜା
ପ୍ରତୀକ୍ଷାର ଅନ୍ତ ଘଟାଇ ଆଗମନ କରିଛନ୍ତି କରୁଣାମୟୀ ଜଗତଜନନୀ ମା ଗଜଲକ୍ଷ୍ମୀ। ମାଙ୍କ ଆଗମନରେ ସହର ଠାରୁ ଗାଁ ପର୍ଯ୍ୟନ୍ତ ସବୁଠାରେ ଚାଲିଛି ଉତ୍ସବର ମାହୋଲ। ନିମାପଡା ଅଂଚଳରେ ବିଭିନ୍ନ ପୂଜା ମଣ୍ଡପରେ ନଅ ଦିନ ଧରି ଚାଲୁଛି ସାଂସ୍କୃତିକ କାର୍ଯ୍ୟକ୍ରମ। ଏପଟେ କୁମାରୀ ମାନଙ୍କର ଚାଲିଛି ଉତ୍ସବର ମାହୋଲ।ବିଶେଷ କରି ଶ୍ୟାମସୁନ୍ଦରପୁର ପୂଜା କମିଟି ବେଶ ଧୁମଧାମରେ ପାଳନ କରିଛି ଗଜଲକ୍ଷ୍ମୀ ପୂଜା ସହ କୁମାର ପୁର୍ଣିମା ଉତ୍ସବ।ଗଜଲକ୍ଷ୍ମୀ ପୂଜା କୁମାରପୁର୍ଣିମା ଅବସରରେ କୁମାରୀ ବାହାଘର ପରମ୍ପରା ବହୁ ପୁରାତନ। ଭଲ ବର ଭଲ ପରିବାର ପାଇବା ପାଇଁ କୁମାର ପୁର୍ଣିମାରେ କୁମାରୀ ବାହାଘର ଆୟୋଜନ କରାଯାଇ ମଙ୍ଗନ ବରଧରା. ହାଣ୍ଡି ମଙ୍ଗୁଳା ସହ ବଡିଜାଇ ଅନୁକୂଳ ପରମ୍ପରା ରହି ଆସିଛି। ମାଙ୍କ ପୂଜାର୍ଚନା ନଅ ଦିନ ଧରି ଚାଲିବା ସହ ଭଲ ବର ପାଇବା ଆଶାରେ କୁମାରୀ ମାନେ ମାଙ୍କ ଆରାଧନା କରିଛନ୍ତି। ମାଙ୍କ ପୂଜା ସହ କୁମାରୀ ବାହାଘର ଦେଖିବାକୁ ଦେଖଣହାରୀଙ୍କ ଭିଡ଼ ଜମୁଥିବା ବେଳେ ନିମାପଡାର ପୁରପଲ୍ଲୀରେ ଚାଲିଛି ଉତ୍ସବର ମାହୋଲ।
