ଅଁଳାନବମୀ ପାଇଁ ୨୩ ପ୍ଲାଟୁନ ପୋଲିସ ମୁତୟନ

ଅଁଳାନବମୀ ପାଇଁ ୨୩ ପ୍ଲାଟୁନ ପୋଲିସ ମୁତୟନ: ୧୫ ସୁଦ୍ଧା ସରିବ ପ୍ରସ୍ତୁତି, ପାସ୍‌ରେ ରହିବ କ୍ୟୁଆର୍‌ କୋଡ୍‌ ଓ ହୋଲୋଗ୍ରାମଆଙ୍କର : ସାକ୍ଷୀଗୋପାଳର ପ୍ରସିଦ୍ଧ ଅଁଳାନବମୀ ଓ ରାଧାପାଦ ଦର୍ଶନ ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି। ନଭେମ୍ବର ୧୮ରେ ଅଁଳାନବମୀ ଓ ୨୧ରେ ବଡ଼ ଏକାଦଶୀ ଥିବାରୁ ଏହି ୪ ଦିନିଆ ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ନଭେମ୍ବର ୧୫ ସୁଦ୍ଧା ସମସ୍ତ ବିଭାଗକୁ ନିଜର ଉନ୍ନୟନ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ଭଏସ @୧ : ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ପାଇଁ ଚଳିତ ବର୍ଷ ୨୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ। ଦର୍ଶନ ପାସ୍‌ ଜାଲିଆତି ରୋକିବା ପାଇଁ ଏଥର ପାସ୍‌ରେ କ୍ୟୁଆର୍‌ କୋଡ୍‌ ଏବଂ ହୋଲୋଗ୍ରାମ ବ୍ୟବସ୍ଥା କରାଯାଇଛି, ଯାହାକୁ ସ୍କାନିଂ ମାଧ୍ୟମରେ ଯାଞ୍ଚ କରାଯିବ। ନକଲି ପାସ୍‌ ବ୍ୟବହାର କଲେ ବା ମନ୍ଦିର ଭିତରକୁ ମୋବାଇଲ୍ ଓ କ୍ୟାମେରା ନେଲେ ୧୧ ହଜାର ଟଙ୍କା ଜରିମାନା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ଭକ୍ତଙ୍କ ସୁବିଧା ପାଇଁ ୧୧ ଥାକିଆ ବ୍ୟାରିକେଡ୍‌, ଥଣ୍ଡା ପବନ ଓ ଜଳ ସିଞ୍ଚନର ବ୍ୟବସ୍ଥା ସହ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ପାର୍କିଂ ସ୍ଥାନ ଚିହ୍ନଟ ହୋଇଛି। ଏଥିସହ ସହରର ବିଭିନ୍ନ ରାସ୍ତା ମରାମତି ଏବଂ ଆଲୋକୀକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ସମଗ୍ର ଯାତ୍ରାକୁ ସଫଳ କରିବା ପାଇଁ ଜିଲ୍ଲାପାଳ ସ୍ଥାନୀୟ ଅଞ୍ଚଳବାସୀ ଓ ସେବାୟତମାନଙ୍କ ସହଯୋଗ କାମନା କରିଛନ୍ତି।

Leave a Reply

Your email address will not be published. Required fields are marked *