ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ବାଇନିବସା ଗ୍ରାମର ୪ର୍ଥ ଶ୍ରେଣୀ ଛାତ୍ରୀର ମୃତ୍ୟୁ ଘଟଣାର ୨୪ ଦିନପରେ ପର୍ଦାଫାସ କଲା ପୋଲିସ
ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ବାଇନିବସା ଗ୍ରାମର ୪ର୍ଥ ଶ୍ରେଣୀ ଛାତ୍ରୀର ମୃତ୍ୟୁ ଘଟଣାର ୨୪ ଦିନପରେ ପର୍ଦାଫାସ କଲା ପୋଲିସ lଏହି ଘଟଣାରେ ମେଗା ପାନୀୟ ଜଳ ପ୍ରକଳ୍ପରେ କାର୍ଯ୍ୟରତ ଥିବା ଜଣେ ବିହାରି ଶ୍ରମିକଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଗିରଫ କରିଛି ମୁନିଗୁଡା ପୋଲିସ l ତେବେ ଘଟଣା ଦିନ ନାବାଳିକା ନିଜଘରେ ଟି.ଭି ଦେଖୁଥିବା ସମୟରେ ଅଭିଯୁକ୍ତ ଜଣକ ନିଶାସକ୍ତ ଅବସ୍ଥାରେ ନାବାଳିକାକୁ ବାହାନା କରି ଡାକିନେଇ ପ୍ରଥମେ ଦୁଷ୍କର୍ମ କରିଥିଲା ପରେ ହତ୍ୟା କରି ଜଙ୍ଗଲରେ ଗାତ ଖୋଳି ପତିଦେଇ ନିଜ ଗ୍ରାମକୁ ଟ୍ରେନଯୋଗେ ଚାଲିଯାଇଥିଲା l ପରେ ପୋଲିସ ଅଭିଯୁକ୍ତ ହରିସ ରାମଙ୍କୁ ବିହାରରୁ ଗିରଫ କରିଥିବା ବେଳେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୁଷ୍କର୍ମ ଓ ହତ୍ୟା ମାମଲା ରୁଜୁ କରାଯାଇଥିବା ନେଇ ବିଷମକଟକ ଏସ୍.ଡି.ପିଓ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି
