ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି
-ଜଗତସିଂହପୁର ଜିଲ୍ଲାରେ ଓଡିଶା ଜୀବିକା ମିଶନ ଅଧୀନରେ କାର୍ଯ୍ୟରତ ଇସି ମେମ୍ବରମାନଙ୍କ ପକ୍ଷରୁ ୪ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଓଡିଶା ଜୀବିକା ମିଶନ ଇ ସି ସଂଘ ସଭାପତି ଯୋଗମାୟା ନନ୍ଦଙ୍କ ନେତୃତ୍ୱରେ ଜିଲ୍ଲାର ୮ଟି ବ୍ଲକର ପ୍ରାୟ ୨ ହଜାରରୁ ଉର୍ଦ୍ଧ୍ବ ଇ ସି ମେମ୍ବର ମାନେ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ । ମିଶନ ଶକ୍ତି ଅଧିନସ୍ଥ ଜୀବିକା ମିଶନ ଇସି ମାନଙ୍କ ଭତ୍ତା ବୃଦ୍ଧି ସହିତ ସ୍କିମ ୱାର୍କରର ମାନ୍ୟତା ପ୍ରଦାନ, ସ୍ଥାୟୀ ନିଯୁକ୍ତି, ସାମାଜିକ ନିରାପତ୍ତା ପ୍ରଦାନ,ସ୍କୁଟି ଯୋଜନାରେ ଋଣ କିସ୍ତି ବାବଦରେ ବିଚାର କରିବା ଆଦି ଦାବୀ ନେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା ।
