ଚା କପ୍‌ରେ ୪୦ ବର୍ଷର ସଂଘର୍ଷ ଓ ସ୍ବାଦଭଦ୍ରକ ପୁରୁଣା ବଜାରର ସୁଦାମ ସାହୁ ଦୋକାନରୁ ଗଢ଼ିଛନ୍ତି ନିଜ ପରିଚୟ

ଭଦ୍ରକ: “ଗୋଟିଏ କପ୍ ଚାରେ ଥାଏ ଥକା ଶରୀରର ସତେଜତା, ମନରେ ଆନନ୍ଦ ଓ ସମ୍ପର୍କର ମିଠାସ।” ଏହି କଥାକୁ ପ୍ରମାଣ କରି ଆସୁଛନ୍ତି ଭଦ୍ରକ ପୁରୁଣା ବଜାର ସ୍ଥିତ ଜଣେ ସରଳ ଓ ପରିଶ୍ରମୀ ଚା ବ୍ୟବସାୟୀ ସୁଦାମ ସାହୁ। ଆସନ୍ତାକାଲି ‘ଆନ୍ତର୍ଜାତୀୟ ଚା ଦିବସ’ ପାଳିତ ହେବାକୁ ଯାଉଥିବା ବେଳେ, ସହରରେ ଚା ପ୍ରେମୀଙ୍କ ମନରେ ସୁଦାମଙ୍କ ନାମ ଆଜି ଏକ ବିଶେଷ ପରିଚୟ ସୃଷ୍ଟି କରିଛି।ଗତ ୪୦ ବର୍ଷରୁ ଅଧୂକ ସମୟ ଧରି ସେ ନିରନ୍ତର ଭାବେ ଚା ବିକ୍ରୟ କରି ଆସୁଛନ୍ତି। ସକାଳର ପ୍ରଥମ କିରଣ ସହ ତାଙ୍କ ଦୋକାନରେ ଆରମ୍ଭ ହୁଏ ଚାର ସୁଗନ୍ଧ, ଯାହା ରାତି ପର୍ଯ୍ୟନ୍ତ ଚାଲିଥାଏ। ଛାତ୍ରଛାତ୍ରୀ, ଦୋକାନୀ, କାର୍ଯ୍ୟାଳୟ କର୍ମଚାରୀ, ରିକ୍ସା ଚାଳକ ଠାରୁ ଆରମ୍ଭ କରି ବିଭିନ୍ନ ଶ୍ରେଣୀର ଲୋକ ତାଙ୍କ ହାତର ଚା ପିଇବାକୁ ଆସନ୍ତି।ସୁଦାମ ସାହୁଙ୍କ ଜୀବନ କାହାଣୀ ସଂଘର୍ଷରେ ଭରିଥ‌ିବା ସତ୍ରେ, ତାଙ୍କ ମୁହଁର ହସ କେବେ ମଲିନ ହୋଇନାହିଁ। ଅଳ୍ପ ପୁଞ୍ଜି ଓ ଅନେକ ସ୍ବପ୍ନକୁ ନେଇ ସେ ଚା ଦୋକାନରୁ ଆରମ୍ଭକରିଥିଲେ ନିଜ ଜୀବିକା। ସେହି ସମୟରେ ଭଦ୍ରକରେ ଏତେ ବଡ଼ ସୁଦାମ ସାହୁଙ୍କ ଜୀବନ କାହାଣୀ ସଂଘର୍ଷରେ ଭରିଥ‌ିବା ସତ୍ରେ, ତାଙ୍କ ମୁହଁର ହସ କେବେ ମଲିନ ହୋଇନାହିଁ।

ଅଳ୍ପ ପୁଞ୍ଜି ଓ ଅନେକ ସ୍ବପ୍ନକୁ ନେଇ ସେ ଛୋଟ ଏକ ଚା ଦୋକାନରୁ ଆରମ୍ଭକରିଥିଲେ ନିଜ ଜୀବିକା। ସେହି ସମୟରେ ଭଦ୍ରକରେ ଏତେ ବଡ଼ ବ୍ୟବସାୟିକ ପରିବେଶ ନଥୁଲା, କିନ୍ତୁ ସୁଦାମଙ୍କ ଚାର ସ୍ବାଦ ଓ ଗ୍ରାହକଙ୍କ ସହ ତାଙ୍କ ଆତ୍ମୀୟ ବ୍ୟବହାର ତାଙ୍କୁ ଧୀରେ ଧୀରେ ଲୋକପ୍ରିୟ କରିଦେଇଥିଲା।ସେ କହନ୍ତି, “ଚା କେବଳ ଗୋଟିଏ ପାନୀୟ ନୁହେଁ, ଏହା ଲୋକଙ୍କୁ ଲୋକଙ୍କ ସହ ଯୋଡ଼ି ରଖୁଥାଏ। ମୋ ଦୋକାନକୁ ଆସୁଥ‌ିବା ଲୋକମାନେ ମୋ ପରିବାର ଭଳି।” ଏହି ସରଳ ଚିନ୍ତାଧାରା ହିଁ ତାଙ୍କୁ ଆଜି ସମସ୍ତଙ୍କ ନିକଟରେ ପ୍ରିୟ କରିଛି।ବର୍ଷ ପରେ ବର୍ଷ କଟିଯାଇଛି, ସହରର ଚିତ୍ର ବଦଳିଛି, ଆଧୁନିକ କଫି ଶପ୍ ଓ ବଡ଼ ବଡ଼ ରେଷ୍ଟୁରାଣ୍ଟ ଖୋଲିଛି, କିନ୍ତୁ ସୁଦାମଙ୍କ ଛୋଟ ଚା ଦୋକାନର ଲୋକପ୍ରିୟତା କେବେ କମିନାହିଁ। କାରଣ ତାଙ୍କ ଚାରେ ରହିଛି ଘରୋଇ ସ୍ବାଦ, ଆତ୍ମୀୟତା ଓ ବର୍ଷର ଅଭିଜ୍ଞତା।ଆନ୍ତର୍ଜାତୀୟ ଚା ଦିବସ ଅବସରରେ ସୁଦାମ ସାହୁଙ୍କ ଭଳି ପରିଶ୍ରମୀ ଚା ବ୍ୟବସାୟୀ ମାନଙ୍କ ଚା କରିବା ନିଶ୍ଚୟ ଭାବେ ଗର୍ବର ବିଷୟ। ସେମାନେ କେବେ ଚା । ବିକ୍ରୟ କରୁନାହାନ୍ତି, ବରଂ ସମାଜରେ ଆତ୍ମୀୟତା, ସମ୍ପର୍କ ଓ ପରିଶ୍ରମର ଏକ ସୁନ୍ଦର ପ୍ରୟାସ।

Leave a Reply

Your email address will not be published. Required fields are marked *