କଟକ ଦକ୍ଷିଣ ଡାକ ମଣ୍ଡଳର ୪୪ ତମ ପ୍ରତିଷ୍ଠା ଦିବସ

*କଟକ ଦକ୍ଷିଣ ଡାକ ମଣ୍ଡଳର ୪୪ ତମ ପ୍ରତିଷ୍ଠା ଦିବସ ଜଗତସିଂହପୁର ଆଦିକବି ଶାରଳା ଦାସ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି*ଆଜି କଟକ ଦକ୍ଷିଣ ଡାକମଣ୍ଡଳର ୪୪ ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ଜଗତସିଂହପୁର ଆଦିକବି ଶାରଳା ଦାସ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି | ସଭା ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ କରାଯାଇ ସମାରୋହର ଉଦଘାଟନ କରାଯାଇଥିଲା | ପ୍ରକାଶ ଥାଉକି ୨୫-୦୯-୧୯୮୦ ମସିହାରେ କଟକ ଦକ୍ଷିଣ ଡାକମଣ୍ଡଳର ପ୍ରତିଷ୍ଠା ହୋଇଥିଲା | ଆଜିର ସଭାରେ କଟକ ଦକ୍ଷିଣ ଡାକମଣ୍ଡଳର ଡାକ ଅଧିକ୍ଷକ ଶ୍ରୀଯୁକ୍ତ ପରମେଶ୍ୱର ନାୟକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ |ଏଥିରେ ପୂର୍ବତନ କଟକ ନଗର ମଣ୍ଡଳର ବରିଷ୍ଠ ଡାକ ଅଧିକ୍ଷକ ଶ୍ରୀଯୁକ୍ତ ସର୍ବେଶ୍ୱର ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ଭାରତର ସବୁଠାରୁ ଭରସା ଯୋଗ୍ୟ ଏବଂ ପୁରୁଣା ସଂସ୍ଥା ପୋଷ୍ଟାଲର ଭବିଷ୍ୟତ ଉଜ୍ବଳମୟ ବୋଲି କହିଥିଲେ ତା ସହିତ କଟକ ଦକ୍ଷିଣ ଡାକମଣ୍ଡଳ ନିଜର ଜାତୀୟ ସଞ୍ଚୟ ଯୋଜନାର ସଫଳ ରୂପାୟନ ଏବଂ ବ୍ୟାଙ୍କିଙ୍ଗ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦ୍ୱାରା ସାରା ଓଡିଶା ପୋଷ୍ଟାଲ ଡିଭିଜନ ମଧ୍ୟ୍ୟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ବୋଲି କହିବା ସହିତ ଭୂୟଂସୀ ପ୍ରଶଂସା କରିଥିଲେ | ମୁଖ୍ୟ ବକ୍ତା ଭାବେ କବି ଓ ଲେଖକ ଡ଼କ୍ଟର ଶୁଭ କୁମାର ଦାସ ଯୋଗଦେଇ ପୋଷ୍ଟାଲ ଡିଭିଜନ ର ଭିତ୍ତିଭୂମି ସବୁବେଳେ ସୁଦୃଢ ରହିଛି ଏବଂ ଏହା ଉପରେ ସବୁବେଳେ ଲୋକଙ୍କ ଆସ୍ଥା ରହିଛି ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ | ସମ୍ମାନିତ ଅତିଥି ଭାବେ ଓଡିଶା ପରିମଣ୍ଡଳର ସହାୟକ ନିର୍ଦେଶକ ଶ୍ରୀଯୁକ୍ତ ଗଜେନ୍ଦ୍ର ପ୍ରସାଦ କର ଯୋଗଦେଇ ଚିଠିର ଚାହିଦା କିପରି ରହିଥିଲା ଓ ତା ସହିତ ଭାରତର ସର୍ବପୁରାତନ ସଂସ୍ଥା ପୋଷ୍ଟ ଅଫିସ ଲୋକଙ୍କ ସହ ସବୁବେଳେ ରହି ଆସିଚି ଏବଂ ଆଧୁନିକ ଟେକନୋଲୋଜି ସହ ତାଳ ଦେଇ ପୋଷ୍ଟ ଅଫିସ କାମ କରୁଛି ବୋଲି କହିଥିଲେ |ପରେ ପରେ କଟକ ଦକ୍ଷିଣ ଡାକ ମଣ୍ଡଳର 2023-2024 ବିତ୍ତୀୟ ବର୍ଷରେ ଉତ୍ତମ ପଦର୍ଶନ କରିଥିବା ଡାକ କର୍ମଚାରୀ ମାନଙ୍କୁ ମଞ୍ଚାସିନ ଅତିଥିମାନେ ପୁରସ୍କୃତ କରିଥିଲେ | ଏହି କାର୍ଯ୍ୟକ୍ରମକୁ ହୃଷିକେଶ ବେହେରା ଓ ଇପ୍ସା ପ୍ରଜ୍ଞା ପଣ୍ଡା ସଞ୍ଚାଳନା କରିଥିବା ବେଳେ ମଣ୍ଡଳର ସହକାରୀ ଡାକ ଅଧିକ୍ଷକ ଶ୍ରୀଯୁକ୍ତ ବିଭୂଦତ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ |ପରିଶେଷରେ ଡାକ କର୍ମଚାରୀମାନଙ୍କ ଦ୍ୱାରା ଡ୍ରାମା ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା | ଏହି ସମାରୋହରେ ମଣ୍ଡଳର ସହକାରୀ ଡାକ ଅଧିକ୍ଷକ ବ୍ରଜେନ୍ଦ୍ର ହେମ୍ବ୍ରମ,ଡାକ ନିରୀକ୍ଷକ ମଧୁସ୍ମିତା ମଲ୍ଲ, ବିକାଶ ପରିଡା ସହିତ ସମସ୍ତ ଡାକ କର୍ମଚାରୀ, ପୋଷ୍ଟାଲ ଏଜେଣ୍ଟ ଓ ବୁଦ୍ଧିଯିବି ମାନେ ଯୋଗ ଦେଇଥିଲେ |ଜଗତସିଂହପୁର ରୁ ରିତା ସାହୁ

Leave a Reply

Your email address will not be published. Required fields are marked *