ଧରାକୋଟ ବ୍ଲକରେ 46 ନୂଆଁ କନିଷ୍ଠ ଶିକ୍ଷକ
ଶିକ୍ଷାର ମାନଦଣ୍ଡର ବିକାଶ ସହ ଶିକ୍ଷା କୁ ସଫଳତାର ଶୀର୍ଷ ସ୍ଥାନରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ସମଗ୍ର ରାଜ୍ୟର ତିରିଶ ଗୋଟି ଜିଲ୍ଲାରେ ଷୋହଳ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ନୂତନ ନିଯୁକ୍ତି ଦେଇଛନ୍ତି । ସେହି ଅନୁପାତରେ ଧରାକୋଟ ବ୍ଲକରେ ୪୬ ଜଣ ନୂଆଁ କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଏହି ଅବସରରେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲିଙ୍ଗରାଜ ସ୍ୱାଇଁ,ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ଶତପଥୀ, ସିମାଞ୍ଚଳ ବେହେରା, ବିଭୂତି ଭୂଷଣ ପାତ୍ର,ସ୍ଥାନୀୟ ଏସ ବି ଆଇ ଧରାକୋଟ ଶାଖାର ପରିଚାଳକ ଗୌତମ ରାଉତ,ସହ ପରିଚାଳକ ଦେବାଶିଷ ପଣ୍ଡା,ପଞ୍ଚାନନ ପଣ୍ଡା ଓ ଦେବାଶିଷ ଲେଙ୍କା ଙ୍କ ଉପସ୍ଥିତି ରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସ୍ଵାଗତ କରାଯାଇଥିଲା । ନୂତନ କର୍ମମୟ ଜୀବନ ର ସଫଳତା କାମନା କରିବା ସହ ଦାୟିତ୍ୱବୋଧ,କର୍ମଠ,ବିଦ୍ୟାଳୟ ରେ ଶୃଙ୍ଖଳା ଜ୍ଞାନ,ଉଦାହରଣ ମାଧ୍ୟମରେ ଶିକ୍ଷାଦାନ,ଶିକ୍ଷାଦାନ ର ପ୍ରଣାଳୀ,ଶିକ୍ଷାର ଅଭିବୃଦ୍ଧି ପାଇଁ ଆସୁଥିବା ସରକାରୀ ଅନୁଦାନର ସୁବିନିଯୋଗ,ବିଦ୍ୟାଳୟରେ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଙ୍କ ଭୂମିକା ସମ୍ପର୍କରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲିଙ୍ଗରାଜ ସ୍ୱାଇଁ ସମସ୍ତଙ୍କୁ ଅବଗତ କରାଇଥିଲେ। ଏସ ବି ଆଇ ତରଫରୁ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଆର୍ଥିକ ଦେଣ ନେଣ ସୁବିଧାରେ ସମ୍ପନ୍ନ ପାଇଁ ମାର୍ଗଦର୍ଶନ କରାଯାଇଥିଲା ।
