ପାଞ୍ଚ ଲକ୍ଷ ଟଙ୍କା ର କାମ ୧୫ ଦିନରେ ଶେଷ
ପାଞ୍ଚ ଲକ୍ଷ ଟଙ୍କା ର କାମ ୧୫ ଦିନରେ ଶେଷ ,୬ ମାସ ନା ପୂରୁଣୁ ଭାଙ୍ଗିଲା ସୂଚନା ଫଳକ ,ଭିଜିଲାନ୍ସ ତଦନ୍ତ ନେଇ ସାଧାରଣ ରେ ଦାବି ।କେସିଙ୍ଗା ବ୍ଲକ ସବୁ ବେଳେ ଚର୍ଚା ର କେନ୍ଦ୍ର ବିନ୍ଦୁ ସାଜି ଆସିଛି ।କିଛି ଦିନ ତଳେ ଏକ ଯାତ୍ରୀ ବିଶ୍ରାମ ଗାର ନିର୍ମାଣ କୁ ନେଇ ବ୍ଲକ ର ତୁରଲା ଖମନ୍ ପଞ୍ଚାୟତ ଚର୍ଚ୍ଚା ର କେନ୍ଦ୍ର ସାଜିଥିବା ବେଳେ ବର୍ତ୍ତମାନ ଗୋଟିଏ ରାସ୍ତା ନିର୍ମାଣ କୁ ନେଇ ଚର୍ଚା ଯୋର ଧରିଛି ।କେସିଙ୍ଗା ବ୍ଲକ ଯୋଲୋକୋ ଠାରୁ ବୋରିଂପଦର ପର୍ଯ୍ୟନ୍ତ ଏକ କଂକ୍ରିଟ ରାସ୍ତା ନିର୍ମାଣ କରାଯାଇଛି ,ଯାହାର ଅଟକଳ ମୂଲ୍ୟ ୫୦୦୦୦୦ ରହିଛି ।ଏହି ରାସ୍ତା ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଅନୁଦାନ ପ୍ରଦାନ କରାଯାଇଛି ।କିନ୍ତୁ ୧୫ ଦିନ ମଧ୍ୟ ରେ ରାସ୍ତା ନିର୍ମାଣ କାମ ଶେଷ ହେବା ନେଇ ବର୍ତମାନ କାର୍ଯ୍ୟ ରେ ସ୍ୱଚ୍ଛତା ଓ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟ ଦକ୍ଷତା ଉପରେ ସନ୍ଦେହ ସୃଷ୍ଟି ହେଉଛି ।ଯେଉଁ ବ୍ଲକ ରେ କି ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ମାଧ୍ୟମ ରେ ହେଉଥିବା କାର୍ଯ୍ୟ ଗୁଡିକରେ ଇଟା ଖଣ୍ଡେ ବି ପଡ଼ି ପାରୁନି ,ସେହି ବ୍ଲକ ରେ ୧୫ ଦିନରେ କିଭଳି ୫୦୦୦୦୦ ଟଙ୍କାର କାର୍ଯ୍ୟ କୁ ଶେଷ କରିଦିଆଗଲା ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି ।ଠିକାଦାର ଓ ନିର୍ବାହୀ ଯନ୍ତ୍ରୀଙ୍କ ମଧୁ ଚନ୍ଦ୍ରିକା କୁ ନେଇ ସହର ସାରା ଚର୍ଚ୍ଚା ଯୋର ଧରିଛି ।ଏହି ଘଟଣା ଲୋକ ଲୋଚନ କୁ ଆସିଲା ପରେ ବର୍ତମାନ ଏହାର ସୂଚନା ଫଳକ କୁ ଭାଙ୍ଗି ଦିଆଯାଇଥିବା ଦେଖିବାକୁ ମିଳିଛି ।ଯେଉଁ ଠାରେ କାମ ଶେଷ ହେବାର ୬ ମାସ ନ ପୁରୁଣୁ ସୂଚନା ଫଳକ ଭାଙ୍ଗି ଯାଇଛି ସେଠାରେ ରାସ୍ତା ର ସ୍ଥାୟୀତ୍ବ କୁ ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ ।ସୂଚନା ଫଳକ ରେ କେଉଁଠାରୁ ଯେଉଁଠିକୁ ହେଉଛି ସେ ବିଷୟ ରେ ସୂଚନା ଦିଆଯାଇଥିବା ବେଳେ କେତେ ଦୂରତା ବିଶିଷ୍ଟ ରାସ୍ତା ହେବ ସେ ବିଷୟ ରେ ସୂଚନା ପ୍ରଦାନ କରାଯାଇ ନାହିଁ ।ତେଣୁ କମ୍ କାମ କରି ଅଧିକ ର ବିଲ୍ କରାଯାଇଥିବା ସନ୍ଦେହ କରାଯାଉଛି ।ଏହି ବିଷୟ ରେ ଆମେ ଯେତେ ବେଳେ ନିର୍ବାହୀ ଯନ୍ତ୍ରୀ ତ୍ରିଲୋଚନ ବେହେରା ଙ୍କୁ ଯୋଗାଯୋଗ କରିଥିଲୁ ସେ ସୂଚନା ଅଧିକାର ବଳରେ ସୂଚନା ମାଗନ୍ତୁ ତଥ୍ୟ ଦିଆଯିବ ବୋଲି କହିବା ସହିତ କୌଣସି ପ୍ରକାର ର ତଥ୍ୟ ଦେବା ପାଇଁ ମନା କରିଦେଇଥିଲେ । ଲୋକେ ସୂଚନା ଅଧିକାର ବଳରେ ସୂଚନା ମାଗିବେ ନ ମାଗିବେ ତାହା ପର କଥା କିନ୍ତୁ ୧୫ ଦିନରେ ୫ଲକ୍ଷ ଟଙ୍କା ର ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ କୁ ନେଇ ଭିଜିଲାନ୍ସ ତଦନ୍ତ ହେଉ ବୋଲି ସାଧାରଣ ରେ ଦାବି ଜୋର ଧରୁଛି ।
