ଗୋରେଖନାଥ ମନ୍ଦିର ରେ ୭୦ ହଜାର ଭକ୍ତ ଓ ଶ୍ରଦ୍ଧାଳୁ ଦର୍ଶନ

ରଘୁନାଥପୁର ତା ୧୫/୬— ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକର ଓଡିଶା ପ୍ରସିଦ୍ଧ ବିଭୂତି କ୍ଷେତ୍ର ବାବା ଗୋରେଖ ନାଥ ପୀଠ ରେ ଆଜି ରଜ ସଂକ୍ରାନ୍ତି ଥିବାରୁ ବିଭିନ୍ନ ଜିଲ୍ଲାରୁ ୭୦ ହଜାର ରୁ ଉର୍ଦ୍ଧ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ମନ୍ଦିର ରେ ପହଂଚି ଦର୍ଶନ କରିଛନ୍ତି। ତେବେ ଏଭଳି ଭିଡ଼ କେବେ ଦେଖିବାକୁ ମିଳି ନଥିଲା ମନ୍ଦିର କୁ ସଂଯୋଗ କରୁଥିବା ସବୁ ରାସ୍ତା ହଜାର ହଜାର କାର, ବୋଲର, ଅଟୋ, ଦୁଇ ଚକିଆ ଜାନବାହାନ ଭିଡ଼ ହେବା ଯୋଗୁଁ ଟ୍ରାଫିକ ସମସ୍ୟା ଦେଖା ଦେଇଥିଲା ଜଇପୁର – ଜଗତସିଂହପୁର ରାସ୍ତା ରୁ ଛପଡା ମୁଲିସିଂହ ସାରଳା ମନ୍ଦିର ସଂଯୋଗ କରୁଥିବା ରାସ୍ତା ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା ଭିଡ଼ ରେ ଘଣ୍ଟା ଭଣ୍ଟା ଫସିକି ରହିଥିଲେ ଭକ୍ତ ଓ ଶ୍ରଦ୍ଧାଳୁ ସ୍ଥାନୀୟ ଲୋକେ ସହଯୋଗ ରେ ଟ୍ରାଫିକ ସମସ୍ୟା କିଛି ମାତ୍ରା ରେ ଦୂର ହୋଇଥିଲା। ଶହ ଶହ ଭକ୍ତ ମାନେ ଭିଡ଼ ଦେଖି ମନ୍ଦିର ଦର୍ଶନ ନ କରି ଫେରି ଯାଇଥିଲେ। ରାସ୍ତା ଉପରେ ଗାଡି ରଖି ଚାଲି ଚାଲି ଆସି ଦର୍ଶନ କରିଥିଲେ।

ଅସମ୍ଭାଳ ଭିଡ଼ କୁ ନିୟନ୍ତ୍ରଣ କରିବା ପାଇଁ ମନ୍ଦିର ମଧ୍ୟ୍ୟରେ କିଭଳି ଶାନ୍ତି ଶୁଙ୍ଖଳାରେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଦର୍ଶନ କରିବେ ସେଥିପାଇଁ ଉପଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ରଘୁନାଥପୁର ପୁର ତହସିଲଦାର ରାଜଲଷ୍ମୀ ନାୟକ, ଅତିରିକ୍ତ ତହସିଲ ଦାର ମନୋଜ କୁମାର ବେହେରା ତିର୍ତୋଲ ଏସଡିପିଓ ଅଜୟ ଦାସ ତିର୍ତୋଲ ଆଇ ଆଇ ସି ବଂଶୀଧର ପ୍ରଧାନ, ଏରସମା ଆଇ ଆଇ ସି ପ୍ରାର୍ଥପ୍ରତିମା ବେଉରା,ମନ୍ଦିର କମିଟି ସଭ୍ୟ ପ୍ରମୋଦ ମହାନ୍ତି, ବିଜୟ କୁମାର ସ୍ୱାଇଁ, ସୁଶାନ୍ତ ଦାଶ, ସୁରେନ୍ଦ୍ରନାଥ ସ୍ୱାଇଁ, ହିସାବ ରକ୍ଷକ ସରୋଜ କାନ୍ତ ସାହାଣୀ ସମେତ ତିର୍ତୋଲ ପୋଲିସ ଉପସ୍ଥିରହି ଧାଡି ରେ ଶାନ୍ତି ଶୁଙ୍ଖଳା ରେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଦର୍ଶନ କରିଥିଲେ।

Leave a Reply

Your email address will not be published. Required fields are marked *